www.samajalive.in
Friday, December 12, 2025
19.1 C
Bhubaneswar

ଦୁର୍ଘଟଣାରେ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନରେ ଅବହେଳା; କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପ୍ରଥମ ୬୦ ମିନିଟ୍‌ (ଗୋଲଡେନ୍‌ ଆୱାର) ମଧ୍ୟରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ ଯୋଜନା ଲାଗୁ କରିବାରେ ବିଫଳତାକୁ ନେଇ କେନ୍ଦ୍ର ସରକାରଙ୍କୁ ବୁଧବାର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଗତ ମାର୍ଚ୍ଚ ୧୪ ସୁଦ୍ଧା ଗୋଲଡେନ୍‌ ଆୱାର ନିୟମ ଲାଗୁ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦେଶ ଦେଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇନଥିବାରୁ ସୁପ୍ରିମକୋର୍ଟ ବିଚାରପତି ଅଭୟ ଓକା ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କ ପୀଠ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏଥିସହ ଆସନ୍ତା ୨୮ରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ହାଜର ହେବାକୁ ସମନ ଜାରି କରିଛନ୍ତି।
ସୁପ୍ରିମକୋର୍ଟ ଦେଉଥିବା ନିର୍ଦେଶକୁ କାର୍ଯ୍ୟକାରୀ କରିବାରେ ବରିଷ୍ଠ ସରକାରୀ ଅଧିକାରୀ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି। ତେଣୁ ଆହତ ବ୍ୟକ୍ତିଙ୍କୁ ପ୍ରାରମ୍ଭରୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ‘ଗୋଲଡେନ୍‌ ଆୱାର’ ନିୟମ ଲାଗୁ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ତେବେ ଏହାକୁ ଲାଗୁ କରିବାରେ କେନ୍ଦ୍ର ସରକାର ବିଫଳ ହେବା ଦୁର୍ଭାଗ୍ୟଜନକ ବୋଲି ପୀଠ ଦର୍ଶାଇଥିଲେ। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ପୀଠ ଚେତାବନୀ ଦେଇଛନ୍ତି। ସୂଚନାଥାଉ କି ଗତବର୍ଷ ଶୀତକାଳୀନ ସଂସଦ ଅଧିବେଶନରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇ କହିଥିଲେ ପ୍ରତିବର୍ଷ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ୧ ଲକ୍ଷ ୭୮ ହଜାର ବ୍ୟକ୍ତି ପ୍ରାଣ ହରାଉଛନ୍ତି। ମୃତକଙ୍କ ମଧ୍ୟରୁ ୬୦% ହେଉଛନ୍ତି ୧୮ରୁ ୩୪ ବର୍ଷର ଯୁବଗୋଷ୍ଠୀ। ଉତ୍ତରପ୍ରଦେଶରେ ୨୩ ହଜାର ୬୫୨, ତାମିଲନାଡୁରେ ୧୮ ହଜାର ୩୪୭, ମହାରାଷ୍ଟ୍ରରେ ୧୫, ୩୬୬, ମଧ୍ୟପ୍ରଦେଶରେ ୧୩ ହଜାର ୭୯୮ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଦିଲ୍ଲୀ ସହରରେ ୧୪୫୭, ବେଙ୍ଗାଲୁରୁରେ ୯୧୫ ଓ ଜୟପୁରରେ ୮୫୦ଜଣ ପ୍ରାଣ ହରାଇଥିବା ଗଡକରୀ ସୂଚନା ଦେଇଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories