ସମାଜ ଡିଜିଟାଲ ଡେସ୍କ: ବିମାନ ଭିତରେ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଆଉ ଜଣେ ଯାତ୍ରୀ। ଦିଲ୍ଲୀରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆ ବିମାନର ବିଜନେସ କ୍ଲାସରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ଯେଉଁ ଯାତ୍ରୀଙ୍କ ଉପରେ ପରିସ୍ରା କରାଯାଇଛି ସେ ଏକ ବଡ଼ କମ୍ପାନୀର ବଡ଼ ଅଧିକାରୀ ଅଟନ୍ତି।
ଏୟାର ଇଣ୍ଡିଆ ତରଫରୁ କୁହାଯାଇଛି ଯେ, କ୍ରୁ ମେମ୍ବରମାନେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସମସ୍ତ ନିୟମ ପାଳନ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତ ଯାତ୍ରୀଙ୍କୁ ଚେତାବନୀ ଦିଆଯାଇଛି ଏବଂ ପୀଡ଼ିତ ଯାତ୍ରୀଙ୍କୁ ଥାଇଲାଣ୍ଡରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ପୀଡ଼ିତ ଯାତ୍ରୀ କୌଣସି ଅଭିଯୋଗ କରିବାକୁ ମନା କରିଦେଇଥିଲେ।



