କେନ୍ଦୁଝର ସଦର: କେନ୍ଦୁଝରରେ ଚାଲିଥିବା ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ୍ ଚମ୍ପିଆନସିପର ଦ୍ଵିତୀୟ ଦିବସରେ ୨୪ଟି ରାଜ୍ୟ ଭାଗ ନେଇଛନ୍ତି। ମଙ୍ଗଳବାର ଠାରୁ ବୁଧବାର ମଧ୍ୟରେ ୧୦ଟି ମ୍ୟାଚ ସମାପନ ହୋଇଛି। ଯେଉଁଥିରେ ମହାରାଷ୍ଟ୍ର – ପଶ୍ଚିମବଙ୍ଗକୁ ୩୨ – ୧୦ ଗୋଲରେ, ଆନ୍ଧ୍ର ପ୍ରଦେଶ – ମଧ୍ୟ ପ୍ରଦେଶକୁ ୨୩ – ୧୧ ଗୋଲ, ଉତ୍ତର ପ୍ରଦେଶ – ତେଲେଙ୍ଗାନାକୁ ୩୦ – ୧୪ ଗୋଲ, ରାଜସ୍ଥାନ – ଛତିସଗଡ଼କୁ ୩୩ – ୯ ଗୋଲରେ, ଦିଲ୍ଲୀ-ଝାଡ଼ଖଣ୍ଡକୁ ୨୭ – ୭ ଗୋଲରେ, ବିହାର – ଆର୍ଯ୍ୟବ୍ରତ ଏକାଡେମି ୨୦ – ୨୦ ଗୋଲରେ, ହରିୟାନା – କେରଳକୁ ୩୦ – ୧୪ ଗୋଲରେ, ତାମିଲନାଡୁ – ଆନ୍ଧ୍ର ପ୍ରଦେଶକୁ ୨୨ – ୧୮ ଗୋଲରେ ଓ ୟସସିୟୁ ଏକାଡେମି ମୁମ୍ବାଇ ଏକାଡେମିକୁ ୨୮ – ୧୯ ଗୋଲରେ ପରାସ୍ତ କରିଛି।
Popular Categories



