www.samajalive.in
Sunday, December 14, 2025
19.1 C
Bhubaneswar

ଅଯଥା ସମାଲୋଚନାକୁ ନାପସନ୍ଦ, ଶଙ୍ଖଭବନରେ ବୈଠକ ପାଇଁ ନବୀନ ଦେଲେ ପରାମର୍ଶ

ଡେସ୍କ: ସମ୍ପ୍ରତି ବିଜୁ ଜନତା ଦଳରେ ପୂର୍ବତନ ଆଇଏଏସ ତଥା ବିଜେଡିର ପୂର୍ବତନ ସଦସ୍ୟ ଭି କେ ପାଣ୍ଡିଆନଙ୍କୁ ନେଇ ହେଉଥିବା ସମାଲୋଚନା ନେଇ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଦଳୀୟ କାର୍ଯ୍ୟକର୍ତା ଓ କର୍ମୀମାନେ ହୋଟେଲ ଓ ସେହିଭଳି ସ୍ଥାନମାନଙ୍କରେ କରୁଥିବା ବୈଠକକୁ ନବୀନ ନାପସନ୍ଦ କରିଛନ୍ତି। ଭୁବନେଶ୍ୱରରେ ଥିବା ବିଜେଡିର ମୁଖ୍ୟ କାର୍ଯ୍ୟାଳୟରେ ବୈଠକ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି।


ଆଜି ଦୁଇଟି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଓ ପିଟିଆଇକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବେ ବିଜୁ ଜନତା ଦଳରେ ନାହାନ୍ତି। ବହୁ ପୂର୍ବରୁ ସେ ଚିଟଫଣ୍ଡ ଦୁର୍ନୀତିରେ ଜଡିତ ହୋଇ ଜେଲ ଯିବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି, ଭି କେ ପାଣ୍ଡିଆନ ପୂର୍ବରୁ କେବଳ ଓଡିଶା ପାଇଁ ନୁହେଁ ବରଂ ବିଜେଡି ପାଇଁ ମଧ୍ୟ ବହୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ତେଣୁ ତାଙ୍କୁ ସମାଲୋଚନା କରାଯିବ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପାଣ୍ଡିଆନ ୧୦ ମାସ ପୂର୍ବରୁ ଦଳରୁ ଇସ୍ତଫା ଦେଇସାରିଛନ୍ତି ତେଣୁ ତାଙ୍କ ବିଷୟରେ ସମାଲୋଚନାକୁ ନବୀନ ନାପସନ୍ଦ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories