କେନ୍ଦୁଝର ସଦର: ଓଡ଼ିଶା ତଥା କେନ୍ଦୁଝର ପାଇଁ ଏକ ବଡ ଖୁସି ଖବର। ଓଡ଼ିଶାର ହ୍ୟାଣ୍ଡବଲ କୋଚ ପ୍ରଣୟ କୁମାର ପାଣିଙ୍କୁ ମିଳିଛି ବଡ ଦାୟିତ୍ଵ। ଜୋଡାନ ଠାରେ ହେବାକୁ ଥିବା ଆଗାମୀ ଏସିଆନ ଜୁନିୟର ଚମ୍ପିଆନସିପ ପାଇଁ ଭାରତୀୟ ଦଳର ଯୁଗ୍ମ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଣୟ।
ଆସନ୍ତା ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏ ଜୋଡ଼ାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଣୟ ୮୮ ମସିହାରୁ ହ୍ୟାଣ୍ଡବଲ ଖେଳ ଆରମ୍ଭ କରି ୨୦୦୪ରେ ଜାତୀୟ ରେଫରୀ, ୨୦୧୧ରେ ଅନ୍ତର୍ଜାତୀୟ ରେଫରି ଭାବେ କାମ କରିବା ସହ ଓଡ଼ିଶା ଦଳକୁ ପ୍ରଶିକ୍ଷଣ ଦେଉଥିଲେ। ତାଙ୍କ ସମୟରେ ଓଡ଼ିଶା ଦଳ ବହୁବାର ପ୍ରି କ୍ଵାଟର ଓ କ୍ଵାଟର ଫାଇନାଲକୁ ଯାଇଛି। ଏଣୁ ଏ ସବୁକୁ ଅନୁଧ୍ୟାନ କରି ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ଏହି ନିଯୁକ୍ତି ଦେଇଛି।



