www.samajalive.in
Monday, December 15, 2025
17.1 C
Bhubaneswar

ମୋଦୀ-ସିନାୱାତ୍ରା ଆଲୋଚନା ପରେ ଭାରତ-ଥାଇଲାଣ୍ଡ ମଧ୍ୟରେ ୬ଟି ବୁଝାମଣା ସ୍ୱାକ୍ଷରିତ

ଡେସ୍କ: ସୂଚନା ପ୍ରଯୁକ୍ତି, ସାମୁଦ୍ରିକ, ଏମଏସଏମଇ, ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ୬ଟି ବୁଝାମଣା ସ୍ୱାକ୍ଷରିତ ହୋଇଛି। ଗୁରୁବାର ଅପରାହ୍ନରେ ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି। ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର କ୍ଷେତ୍ରର ଅଗ୍ରଗତିର ସମୀକ୍ଷା କରିବା ସହ ଭାରତ-ଥାଇଲାଣ୍ଡ ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ।

ଦ୍ୱିପାକ୍ଷିକ ଆଲୋଚନା ପରେ ମିଳିତ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଥାଇଲାଣ୍ଡ ସମ୍ପର୍କକୁ ରଣନୈତିକ ଭାଗିଦାରୀରେ ପରିଣତ କରିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତର ‘ଆକ୍ଟ ଇଷ୍ଟ’ ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣରେ ଥାଇଲାଣ୍ଡର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଉଭୟ ଦେଶର ସୁରକ୍ଷା ଏଜେନ୍ସି ମଧ୍ୟରେ ‘ରଣନୈତିକ ଆଲୋଚନା’ ସ୍ଥାପନ ନେଇ ଆଲୋଚନା ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

- Advertisement -

ଆଲୋଚନା ସମୟରେ ଉଭୟ ପକ୍ଷ ଉତ୍ତର-ପୂର୍ବ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ପର୍ଯ୍ୟଟନ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଉଭୟ ନେତା ପାରସ୍ପରିକ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ବିନିମୟ ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରିଥିଲେ। ଏମ୍ଏସ୍ଏମ୍ଇ, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ଚୁକ୍ତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।

ଭାରତର ଆସିଆନ ଏକତା ଏବଂ ଆସିଆନ କେନ୍ଦ୍ରୀୟତାକୁ ଭାରତ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଶତାବ୍ଦୀ ପୁରୁଣା ସମ୍ପର୍କ ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସୂତ୍ରରେ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ। ସେ କହିଥିଲେ ଯେ ବୌଦ୍ଧ ଧର୍ମର ପ୍ରସାର ଦୁଇ ଦେଶର ଲୋକଙ୍କୁ ଯୋଡ଼ିଛି। ସେ କହିଥିଲେ ଯେ ରାମାୟଣର କାହାଣୀ ଥାଇ ଲୋକଜୀବନରେ ଗଭୀର ଭାବରେ ଜଡ଼ିତ ଏବଂ ସଂସ୍କୃତ-ପାଲିର ପ୍ରଭାବ ଆଜି ବି ଭାଷା ଏବଂ ପରମ୍ପରାରେ ଦୃଶ୍ୟମାନ ହେଉଛି ।

ନିକଟରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଭାରତବାସୀଙ୍କ ତରଫରୁ ଶ୍ରୀ ମୋଦୀ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ସିନାଓ୍ଵତ୍ରାଙ୍କୁ ସ୍ୱାଗତ ଓ ଆତିଥେୟତା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।

ଆସନ୍ତାକାଲି ହେବାକୁ ଥିବା ଷଷ୍ଠ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଦୁଇ ଦିନିଆ ଥାଇଲାଣ୍ଡ ଗସ୍ତରେ ଅଛନ୍ତି। ଆଜି ସକାଳେ ଥାଇଲାଣ୍ଡରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିମାନବନ୍ଦରରେ ଉପପ୍ରଧାନମନ୍ତ୍ରୀ ତଥା ପରିବହନ ମନ୍ତ୍ରୀ ସୁରିଆ ଜଙ୍ଗରୁନଗିଟ୍ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ସେ ଆଗାମୀ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଓ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ସହଯୋଗର ବନ୍ଧନକୁ ସୁଦୃଢ଼ କରିବାକୁ ଆଗ୍ରହୀ। ଭାରତୀୟ ସମୁଦାୟର ଉଷ୍ମ ସ୍ୱାଗତ ପାଇବା ପରେ କୃତଜ୍ଞତା ଜ୍ଞାପନ କରି ସେ କହିଥିଲେ ଯେ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଏକ ଗଭୀର ସାଂସ୍କୃତିକ ବନ୍ଧନ ରହିଛି ଯାହା ଆମ ଲୋକଙ୍କ ମାଧ୍ୟମରେ ବିକଶିତ ହେଉଛି । ଥାଇ ରାମାୟଣ, ରାମାକିନ୍ ର ଆକର୍ଷଣୀୟ ପରିବେଷଣ ମଧ୍ୟ ପ୍ରଧାନମନ୍ତ୍ରୀ ଦେଖିଥିଲେ। ସେ କହିଥିଲେ ଯେ ଏହା ପ୍ରକୃତରେ ଏକ ସମୃଦ୍ଧ ଅନୁଭୂତି ଯାହା ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଅଂଶୀଦାର ସାଂସ୍କୃତିକ ଏବଂ ସଭ୍ୟତାର ସମ୍ପର୍କକୁ ସୁନ୍ଦର ଭାବରେ ପ୍ରଦର୍ଶନ କରିଛି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ରାମାୟଣ ଏସିଆର ଅନେକ ଅଞ୍ଚଳରେ ହୃଦୟ ଏବଂ ପରମ୍ପରାକୁ ସଂଯୋଗ କରୁଛି।

ବିମଷ୍ଟେକ୍ ଶିଖର ସମ୍ମିଳନୀ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ବିଦେଶ ଗସ୍ତରେ ଆସି ରାଷ୍ଟ୍ରପତି ଦିଶାନାୟକ ଭାରତ ଗସ୍ତରେ ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ହେଉଛି ତାଙ୍କର ଚତୁର୍ଥ ଶ୍ରୀଲଙ୍କା ଗସ୍ତ। ଭାରତ-ଶ୍ରୀଲଙ୍କା ସମ୍ପର୍କ ଇତିହାସ, ଧର୍ମ, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ଥିବା ସୁଦୃଢ ସମ୍ପର୍କ ଉପରେ ଆଧାରିତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories