www.samajalive.in
Monday, December 15, 2025
15.1 C
Bhubaneswar

ରାଜ୍ୟସ୍ତରୀୟ ଓପନ ବଡ଼ି ବିଲଡିଂ ଚମ୍ପିୟନସିପ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଅନନ୍ତ

ଭୁବନେଶ୍ବର : ବୀର କଳିଙ୍ଗ ପୁତ୍ର ରାଜ୍ୟସ୍ତରୀୟ ଓପନ ବଡି ବିଲଡିଂ ଚମ୍ପିୟାନସିପ୍ ୨୦୨୫, ଓଡିଶା ବଡି ବିଲଡିଂ ସଂଘ, ପୁରୀ ଦ୍ୱାରା ଆୟୋଜିତ ତୃତୀୟ ସଂସ୍କରଣରେ ବଡି ବିଲଡିଂରେ ଭୁବନେଶ୍ୱରର ଅନନ୍ତ କୁମାର ନାୟକ ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ତା’ସହିତ ପୁରୁଷ ଫିଜିକ୍ସରେ ମଧ୍ୟ ଟପ୍ ପାଞ୍ଚ ନମ୍ବରରେ ରହିଛନ୍ତି ।

ଝାରପଡା, ଭୁବନେଶ୍ୱରସ୍ଥିତ ବିଙ୍ଗଷ୍ଟ୍ରଙ୍ଗ ୨୪ ଜିମ୍ ରେ ଗୁରୁ ଶୁଭାଶିଷ ପାତ୍ରଙ୍କ ଠାରୁ ଅନନ୍ତ ଶିକ୍ଷା ଲାଭ କରୁଛନ୍ତି । ତେବେ ୬୫ କିଲୋଗ୍ରାମ ଓଜନର ଭାର ଉତ୍ତୋଳନ କରି ଅନନ୍ତ ଏହି ସଫଳତା ହାସଲ କରିଛନ୍ତି । ଆୟୋଜକ, ବୀର କଳିଙ୍ଗ ପୁତ୍ର ଓପନ ବଡି ବିଲଡିଂ ମହାସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ସହ ସମ୍ପାଦକ ପ୍ରଫୁଲ୍ଲ କୁମାର ଚନ୍ଦ୍ର, ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ତେବେ ସାରା ଓଡିଶାରୁ ଏହି ପ୍ରତିଯୋଗିତାରେ ୧୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଭିନ୍ନ ସୋପାନ ସଫଳତାର ସହ ଅତିକ୍ରମ କରି ଅନନ୍ତ କୁମାର ନାୟକ ଓପନ ବଡି ବିଲଡିଂରେ ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଛନ୍ତି ।

- Advertisement -

ଏ ସଫଳତାର ଶ୍ରେୟ ସ୍ବର୍ଣ୍ଣ ପଦକ ବିଜେତା ଅନନ୍ତ କୁମାର ନାୟକ ତାଙ୍କ ଗୁରୁ ଶୁଭାଶିଷ ପାତ୍ର ଏବଂ ବିଙ୍ଗଷ୍ଟ୍ରଙ୍ଗ ଅନୁଷ୍ଠାନର ବୋଲି ନିଜର ମତ ରଖିଥିଲେ । ଏହି ସଫଳତା ପାଇଁ ତାଙ୍କୁ ସାରା ରାଜ୍ୟବାସୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories