www.samajalive.in
Monday, December 15, 2025
14.1 C
Bhubaneswar

ମା’ ଧାନଘରିଆଣୀ ପୀଠରେ ଶାନ୍ତି ମହାଯଜ୍ଞ

ଆଠଗଡ : ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଲକ୍ଷ୍ମୀନାରାୟଣପୁର ଶବର ସାହିର ମୋହିନୀ ମା ଧାନଘରିଆଣୀ ପୀଠରେ ଶାନ୍ତି ମହାଯଜ୍ଞ ଓ ବଡପଣା ଭୋଗ କାର୍ଯ୍ୟକ୍ରମ ଏକ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଉଛି । ଶନିବାର ଶୁଭ ଅଧିବାସ ଓ ଅଙ୍କୁରାରୋପଣ ପରେ ରବିବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମହାନଦୀରୁ ଜଳକଳସ ଧାରଣ କରି ଶୋଭାଯାତ୍ରାରେ ଆସିବା ପରେ ଯଜ୍ଞ ସ୍ଥଳୀରେ ଘଟ ସ୍ଥାପନା, ସୂର୍ଯ୍ୟପୂଜା ଅନ୍ତେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନା କରାଯାଇଥିଲା । ସୋମବାର ଧେନୁ ପୂଜା ଓ ସୂର୍ଯ୍ୟପୂଜା ସହ ଘୃତଯଜ୍ଞ କାର୍ଯ୍ଯ ଯଥାବିଧି ଅବ୍ୟାହତ ରହିଛି । ମଙ୍ଗଳବାର ଅନ୍ଯାନ୍ଯ ପୂଜାନୀତି ସହ ଅପରାହ୍ନରେ ମା’ଙ୍କ ନିକଟରେ ବଡପଣା ଲାଗି ହେବା ପରେ ଘୃତଯଜ୍ଞର ପୂର୍ଣ୍ଣାହୁତି ହେବ । ସିଆରିଆ ଓ ଲକ୍ଷ୍ମୀନାରାୟଣପୁର ଆଶ୍ରମର ମଠାଧିଶ ସଦାନନ୍ଦ ଦାସ ମହାରାଜଙ୍କ ପୌରୋହିତ୍ୟରେ ଆୟୋଜିତ ହେଉଥିବା ଏହି ମହାଯଜ୍ଞର ପୁରୋଧା ଭାବେ ପଣ୍ଡିତ ଦିଲ୍ଲୀପ ଆଚାର୍ଯ୍ଯ ଓ ପଣ୍ଡିତ ମାନସ ଦାସ ଯଜ୍ଞାଦି କାର୍ଯ୍ୟ ସମ୍ପାଦନ କରୁଛନ୍ତି । ମା’ ଧାନଘରିଆଣି ପୀଠରେ ଏହି ମହାଯଜ୍ଞ ଉପଲକ୍ଷେ ଭଜନକୀର୍ତ୍ତନ ସହ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇଉଠିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories