ଆଠଗଡ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକରେ ଗଡଜାତ ପରିକ୍ରମା ପକ୍ଷରୁ ଶୋକ ପ୍ରକାଶ ପାଇଛି।ଗଡଜାତ ପରିକ୍ରମା ପକ୍ଷରୁ ଆୟୋଜିତ ଶୋକସଭାରେ ସଭାପତି ପ୍ରାଣକୃଷ୍ଣ ଦାଶ ଡ. ମନମୋହନ ସିଂହ ଦେଶର ଅର୍ଥନୈତିକ ଜଗତିକରଣର ଜନକ ଥିଲେ ଏବଂ ଭାରତୀୟ ଅର୍ଥନୀତିକୁ ସେ ଯେଉଁ ଦିଗଦର୍ଶନ ଦେଇଥିଲେ ତାହା ଦେଶରେ ଅର୍ଥନୈତିକ ସୁଧାର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ପ୍ରକାଶ କରିଥିଲେ। ଏଥିରେ ଉପସଭାପତି ସୁରେଶ ଚନ୍ଦ୍ର ପରିଡା, ସମ୍ପାଦକ ଲଲାଟେନ୍ଦୁ ସେନାପତି, ସଦସ୍ୟ ଗଣେଶ ରାଉତ, ସୁବାସ ରାଉତ, ଦୀପାଳି ଦାଶ ପ୍ରମୁଖ ଯୋଗଦେଇ ଡ.ସିଂହଙ୍କ ବହୁମୁଖୀ ପ୍ରତିଭା ବିଷୟରେ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡ. ସିଂହଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା।
Popular Categories



