www.samajalive.in
Saturday, December 13, 2025
18.1 C
Bhubaneswar

ରାଜ୍ୟରେ ବଢ଼ିବ ବ୍ଲକ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ ୩୧୪ ବ୍ଲକ୍‌ ରହିଛି। ଦୀର୍ଘ ୪୦ ବର୍ଷ ହେଲାଣି ରାଜ୍ୟରେ ନୂତନ ବ୍ଲକ୍‌ ଗଠନ ହୋଇପାରିନି। ରାଜ୍ୟରେ ନୂଆ ସରକାର ଆସିବା ପରେ ଏବେ ବ୍ଲକ୍‌ ସଂଖ୍ୟା ବଢ଼ାଇବାକୁ ଯୋଜନା କରୁଛନ୍ତି। ଦୁଇଟି ପର୍ଯ୍ୟାୟରେ ଏ ନେଇ ଆଲୋଚନା ମଧ୍ୟ ସରିଲାଣି। ରାଜ୍ୟରେ ନୂଆ ବ୍ଲକ୍‌ ଗଠନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସଙ୍କେତ ଦେଇଛନ୍ତି। ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବ୍ଲକ୍‌ ବିଭାଜନର ଆବଶ୍ୟକତା ଥିବା କୁହାଯାଉଛି।ଜନସାଧାରଣଙ୍କ ନିକଟରେ ସୁଶାସନ ପହଞ୍ଚାଇବାକୁ ହେଲେ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ସରଳ କରିବାକୁ ପଡ଼ିବ। ଘରଠାରୁ କମ୍‌ ଦୂରତାରେ ପଞ୍ଚାୟତ ଓ ବ୍ଲକ୍‌ କାର୍ଯ୍ୟାଳୟ ରହିଲେ ଲୋକେ ସୁବିଧା ପାଇପାରିବେ। କିନ୍ତୁ ରାଜ୍ୟରେ ଏପରି କିଛି ଗ୍ରାମ ଅଛି, ଯେଉଁଠି ବ୍ଲକ୍‌ ମୁଖ୍ୟାଳୟକୁ ପହଞ୍ଚିବା ପାଇଁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ନୂଆ ବ୍ଲକ୍ ଗଠନକୁ ସରକାର ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ବ୍ଲକ୍‌ ବଢ଼ିବାର ଆବଶ୍ୟକତା ଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି। ଏ ସଂକ୍ରାନ୍ତରେ ପଞ୍ଚାୟତିରାଜ ବିଭାଗ ସହିତ ଦୁଇଟି ରାଉଣ୍ଡରେ ଆଲୋଚନା ସରିଛି। ନୂଆ ବ୍ଲକ ଗଠନ ପାଇଁ ବ୍ଲକ୍ ବିଭାଜନ କମିସନର ଆବଶ୍ୟକତା ରହିଛି। କମିସନ ହିଁ ନୂଆ ବ୍ଲକର ମାନଦଣ୍ଡ ତିଆରି କରିପାରିବେ। ଯାହାଫଳରେ ସୁରୁଖୁରୁରେ ବ୍ଲକ୍‌ ବିଭାଜନ ହୋଇପାରିବ।
ରାଜ୍ୟରେ ‌୧୯୮୪ ମସିହାରେ ଶେଷ ଥର ପାଇଁ ନୂଆ ବ୍ଲକ ଗଠନ ହୋଇଥିଲା। ୩୦୪ରୁ ୩୧୪କୁ ବଢ଼ିଥିଲା ବ୍ଲକ ସଂଖ୍ୟା। ହେଲେ ଏହା ଭିତରେ ଦୀର୍ଘ ୪୦ ବର୍ଷ ବିତିଗଲାଣି କିନ୍ତୁ ନୂଆ ବ୍ଲକ ଗଠନ ହୋଇପାରିନାହିଁ। ଜନସଂଖ୍ୟା ବଢ଼ିବା ସତ୍ତ୍ବେ ସେବେଠୁ ସେହି ଅନୁପାତରେ ବ୍ଲକ୍‌ ସଂଖ୍ୟା ବୃଦ୍ଧି କରାଯାଇନାହିଁ। ୨୪ ବର୍ଷର ଶାସନ କାଳରେ ପୂର୍ବ ସରକାର ନୂଆ ବ୍ଲକ୍‌ ଗଠନ କରିନଥିଲେ। ରାଜ୍ୟରେ ନୂଆ ସରକାର ଆସିବା ପରେ ସୁଶାସନକୁ ଗୁରୁତ୍ବ ଦେଇ ନୂଆ ବ୍ଲକ୍‌ ଗଠନ ଉପରେ ଗୁରୁତ୍ବ ଦିଆଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories