www.samajalive.in
Monday, December 15, 2025
17.1 C
Bhubaneswar

ନିଗମାନନ୍ଦ ସମ୍ମିଳନୀରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ/ଭୁବନେଶ୍ବର: ପୁରୀ – କୋଣାର୍କ ବେଳାମାର୍ଗ ବାଲିଘାଇରେ ଅନୁଷ୍ଠିତ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଶନିବାର ଅଘଟଣ ଘଟିଛି। ସେଥିରେ ଯୋଗ ଦେଇଥିବା କଟକର ଜଗନ୍ନାଥ ସାମଲ ଏବଂ ପଶ୍ଚିମବଙ୍ଗର ରବୀନ୍ଦ୍ରନାଥ ପାଲ୍‌ଙ୍କ ମୃତ୍ୟୁ ଘଟିଛି। ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଶୁକ୍ରବାର ଗଞ୍ଜାମ ଜିଲା ପୋଲସରା ଅଞ୍ଚଳର ପ୍ରଭାସିନୀ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହୃଦ୍‌ଘାତ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ତଦନ୍ତ କରାଯାଉ ଥିବା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି। ମୃତକଙ୍କ ପରିବାରକୁ ଖବର ଦିଆଯାଇଛି। ଗତ ୨୬ରୁ ନିଗମାନନ୍ଦ ଭକ୍ତଙ୍କ ସର୍ବଭାରତୀୟ ସମ୍ମିଳନୀ ବାଲିଘାଇ ଛକ ନିକଟରେ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ସେଥିରେ ଯୋଗ ଦେଇଛନ୍ତି। ଦୁଇଦିନରେ ୩ ଶ୍ରଦ୍ଧାଳୁଙ୍କ ଅକାଳ ମୃତ୍ୟୁ ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ସଦର ଏସ୍‌ଡିପିଓ ଏବଂ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଭକ୍ତ ସମ୍ମିଳନୀରେ ତିନିଜଣଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁର କାରଣ ସମ୍ପର୍କରେ ଆୟୋଜକଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଅସ୍ଥାୟୀ ବିଶ୍ରାମ ସ୍ଥଳ, ଖାଦ୍ୟ ଓ ପାନୀୟ ଜଳ ଯୋଗାଣକୁ କେନ୍ଦ୍ରକରି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ ଯେ ୧୯୮୭ ଫେବୃଆରୀ ୨୩ରେ ବାରିପଦାର ମଧୁବନ ପଡ଼ିଆରେ ଆୟୋଜିତ ନିଗମାନନ୍ଦ ସମ୍ମିଳନୀରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୩୦ ପିଲା, ୧୦ ମହିଳାଙ୍କ ସମେତ ୨୧୫ ଜଣ ଜୀବନ୍ତଦଗ୍ଧ ହୋଇଥିଲେ। ପୁରୀରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସେହି ଘଟଣାକୁ ସ୍ମରଣ କରାଇ ଦେଇଛି। ପୁରୀ ସମ୍ମିଳନୀରେ ପ୍ରାୟ ୧୫ରୁ ୨୦ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ଭିଡ଼ରେ ୩ ଜଣଙ୍କ ଜୀବନ ଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହୃଦଘାତରେ ସେମାନଙ୍କ ମୃତ୍ୟୁ ଘଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories