ଗୋଳନ୍ଥରା ଥାନା ଇଲାକାରେ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି

ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ଗତ କିଛି ମାସ ହେବ ଚୋରୀ ଡ଼କାୟତ, ଲୁଟ ଓ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଶୁକ୍ରବାର ରାତିରେ ହଳଦିଆପଦର ଵଉଷ୍ଟାଣ୍ଡ ନିକଟରେ କାତି, ଖଣ୍ଡ ବୁଲିବା ବୋମା ଫୁଟିଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ କନିସି ଗାଁର ଡି. ଦୁର୍ଯ୍ୟୋଧନ ଓ ସାଙ୍ଗ ଆକାଶ ପାତ୍ର ଶୁକ୍ରବାର ରାତିରେ ଅଟୋ ନଗର ଓଭର ବ୍ରିଜ ତଳେ ଛିଡା ହୋଇ କଥା ହୋଉଥିବା ବେଳେ ତିନି ଜଣ ଯୁବକ ମାନେ ସେଠାରେ ପହଞ୍ଚି ଅସଭ୍ୟ ଭଷାରେ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଇଥିଲେ। ହଠାତ କିଏ କିଛି ବୁଝିବା ଆଗରୁ ଯୁବକ ମାନେ ସାଙ୍ଗରେ ଆଣିଥିବା ଖଣ୍ଡା ବୁଲେଇବା ସହ ମାଉଜର ଓ ଅନ୍ୟ ମାରଣାସ୍ତ୍ରରେ ଦୁର୍ଯ୍ୟୋଧନର ମୁଣ୍ଡକୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ ଫଳରେ ଦୂର୍ଯୋଧନ ସେଠାରେ ପଡିଯାଇଥିଲେ। ତାଙ୍କ ସହ ଥିବା ଆକାଶକୁ ମଧ୍ୟ ଆକ୍ରମଣ କରିଥିଲେ। ଦୁର୍ଯ୍ୟୋଧନ ଧରିଥିବା ଦୁଇ ଲକ୍ଷ୍ ଟଙ୍କା ଛଡେଇ ନେବା ସହ କିଛି ସମୟ ପାଇଁ ସେଠାରେ ଆତଙ୍କରାଜ ଖେଳାଇ ଥିଲେ। ଘଟଣାରେ ଦୁଇ ଅପରାଧୀଙ୍କୁ ପୁଲିସ ଉଠେଇ ନେଇ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି।

Comments are closed.