www.samajalive.in
Tuesday, December 9, 2025
15.1 C
Bhubaneswar

ଘର ଭାଙ୍ଗିଲା ହାତୀ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଲିପିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଂହପାଲି ଗ୍ରାମରେ ହାତୀ ୨ ଜଣଙ୍କ ଘର ଭାଙ୍ଗି ଦେଇଛି। ସିଂହପାଲି ନିବାସୀ ବସନ୍ତ ଧରୁଆ ଓ ଗୋବିନ୍ଦ ଧରୁଆ ନାମକ ୨ ଜଣ ଗ୍ରାମବାସୀଙ୍କ ଘରକୁ ବିଳମ୍ବିତ ରାତ୍ରିରେ ବଣୁଆ ହାତୀ ଭାଙ୍ଗି ଦେଇଛି। ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ପରିବାରର ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଅଞ୍ଚଳରେ କ୍ରମାଗତ ଭାବରେ ହାତୀ ଉପଦ୍ରବ କରି ଲୋକଙ୍କ ଜୀବନରେ ମାରିଦେବା, ଫସଲ ନଷ୍ଟ କରିବା ଓ ଘର ଭାଙ୍ଗିବା ଜାରି ରଖିଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରିବାରେ ପ୍ରଶାସନ ବିଫଳ ରହିଥିବାରୁ ଲୋକେ ତୀବ୍ର ଅସନ୍ତୋଷ ଜାହିର କରୁଛନ୍ତି। ଅପରପକ୍ଷରେ ଏହି ଘଟଣାର ସୂଚନା ବନ ବିଭାଗକୁ ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories