BJD Bijuli 480×75 Mob

ଦେର୍ଲାପଡାରେ ପାଣିର ଅଭାବ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

BJD Bijuli 480×75 Mob

କଲମପୁର : କଲମପୁର ଅଂଚଳରେ ଦିନକୁ ଦିନ ଗ୍ରୀଷ୍ମ ତାପର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସମଗ୍ର ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ କଲମପୁର ବ୍ଲକ ମୀନଗୁର ପଞ୍ଚାୟତ ଅଧିନସ୍ଥ ଦେର୍ଲାପଡାରେ ପାଣିର ଅଭାବ ଦେଖାଦେଇଛି। ଉତ୍କଟ ଜଳ ସମସ୍ୟା ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କୁ ଜଣାଇ ସାରିଥିଲେ ମଧ୍ୟ ଏହାର ସମାଧାନ ହେଇ ପାରୁନାହିଁ। ଗାଁରେ ଥିବା ଠେଲକୋ ବନ୍ଧ ଏବେ ଶୁଖି ସାରିଛି। ଯେଉଁଥିପାଇଁ ଲୋକେ ସ୍ନାନ ଶୌଚାଦୀ ପାଇଁ ହଇରାଣ ହରକତ ହେଉଛନ୍ତି। ଗାଁର ବୁଢା ବୁଢି ସମସ୍ତେ ବାଧ୍ୟ ହେଇ ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ପ୍ରବାହିତ ହାତୀ ନଦୀ ଉପରେ ସ୍ନାନ ଶୌଚାଦୀ ପାଇଁ ନିର୍ଭର କରୁଛନ୍ତି। ଜମି ହୁଡା ଦେଇ ଲୋକେ ନଦୀକୁ ଯିବାଆସିବା କରୁଛନ୍ତି।

ଏହି ଗ୍ରାମରେ ପାନୀୟ ଜଳ ପାଇଁ ଏକ ସୋଲାର ପ୍ରକଳ୍ପ ରହିଛି। କିନ୍ତୁ ଏବେ ଭୂତଳର ଜଳସ୍ତର ନିମ୍ନଗାମୀ ହୋଇଥିବାରୁ ତାହା କାର୍ଯ୍ୟକ୍ଷମ ହେଉନାହିଁ। ଗାଁର ମହିଳା ଗାଁ ଠାରୁ ଦେଢ ଦୁଇ କିଲୋମିଟର ଦୂରରେ ଥିବା ଖମନାପଡା ଅଥବା ମୀନଗୁର ଠାରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। କେବଳ ସ୍ନାନ ଶୌଚାଦୀ କି ପାନୀୟ ନୁହେଁ କେନାଲ ପାଣି ମଧ୍ୟ ଏହି ଗାଁର ଚାଷ ଜମି ପାଇଁ ଅପହଂଚ। ଗତ ୨୦୦୦ ମସିହାରେ ଏହି ଗାଁ ଚାଷ ଜମି ପାଇଁ ଜଳ ସେଚନ ଯୋଗାଇବାକୁ କେନାଲ ନିର୍ମାଣ କରାଯାଇଥିଲା।  କିନ୍ତୁ ଗାଁକୁ ଜଳ ସେଚନ ମିଳିଲା ନାହିଁ। ଯେଉଁଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ତେଣୁ ଏହାର ସମାଧାନ ଦିଗରେ ପ୍ରଶାସନିକ ଅଧିକାରୀମାନେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Comments are closed.