www.samajalive.in
Sunday, December 7, 2025
23.1 C
Bhubaneswar

ବୃହସ୍ପତି ଚଳନ; ମେ’ ୧ରୁ ଏହି ରାଶିର ଲୋକେ ହେବେ ମାଲାମାଲ୍‌

ସମାଜ ଡିଜିଟାଲ ଡେସ୍କ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ପରେ ରାଶି ପରିବର୍ତ୍ତନ କରନ୍ତି। ଯାହାର ସକରାତ୍ମକ-ନକରାତ୍ମକ ପ୍ରଭାବ ୧୨ଟି ଯାକ ରାଶି ଉପରେ ପଡ଼ିଥାଏ। ବର୍ଷ ୨୦୨୪ରେ ପ୍ରାୟ ୪ ମାସ ପରେ ଦେବଗୁରୁ ବୃହସ୍ପତି ମେ’ ୧ରେ ନିଜ ରାଶି ପରିବର୍ତ୍ତନ କରିବେ ଏବଂ ବୃଷ ରାଶିରେ ପ୍ରବେଶ କରିବେ। ଏଠାରେ ସୂଚନାଯୋଗ୍ୟ, ଶେଷ ଥର ପାଇଁ ଡିସେମ୍ବର ୩୧, ୨୦୨୩ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହୋଇଥିଲା। ଜ୍ୟୋତିଷ ଗଣନା ଅନୁସାରେ, ବୃହସ୍ପତି ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବା ଦ୍ୱାରା କିଛି ରାଶି ବେଶ୍‌‌ ଲାଭବାନ୍‌‌ ହେବେ। ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ-

ନିର୍ବାଚନ କମିସନଙ୍କ ନୋଟିସକୁ ମାନିବୁ ନାହିଁ – ଉଦ୍ଧବ ଠାକରେ


ମେଷ ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌‌ ଲାଭଦାୟକ ସାବ୍ୟସ୍ତ ହେବ। ଧନ ଆଗମନର ନୂଆ ରାସ୍ତା ଖୋଲିବ। ଭୌତିକ ସୁଖ-ସୁବିଧା ବୃଦ୍ଧି ହେବ। ଦୀର୍ଘ ଦିନ ଧରି ଅଟଳି ରହିଥିବା କାମ ସଫଳ ହେବ। ଆର୍ଥିକ ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ।

- Advertisement -

କନ୍ୟା ରାଶି: ମେ’ ୧ରୁ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ବୃହସ୍ପତିଙ୍କ ବିଶେଷ କୃପା ରହିବ। କ୍ୟାରିୟରରେ ଉନ୍ନତି ପାଇଁ ଅନେକ ସୁଯୋଗ ରହିିବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜିତ ହୋଇପାରେ। କାର୍ଯ୍ୟରେ ଅପାର ସଫଳତା ପ୍ରାପ୍ତି ହେବ। ଜୀବନରେ ଯାହା ଚାହିଁବେ, ତାହା ପ୍ରାପ୍ତ ହେବ। ସୁଖ-ସୁବିଧାରେ ଜୀବନ ଅତିବାହିତ ହେବ।

ତୁଳା ରାଶି: ମାନସିକ ଚାପରୁ ମୁକ୍ତି ମିଳିବ। ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ସୁଯୋଗ ମିଳିବ। ଯାତ୍ରା ଯୋଗ ରହିଛି। ଧନ-ସମ୍ପତ୍ତି ବୃଦ୍ଧି ହେବ। ସାମାଜିକ ପଦ-ପ୍ରତିଷ୍ଠା ବୃଦ୍ଧି ହେବ। ଶତ୍ରୁ ପରାସ୍ତ ହେବେ। ସମ୍ପର୍କରେ ମନମାଳିନ୍ୟ ଦୂର ହେବ।

ମକର ରାଶି: ଶିକ୍ଷା କ୍ଷେତ୍ରରେ ଭଲ ଫଳାଫଳ ମିଳିବ। ଅବିବାହିତ ବ୍ୟକ୍ତି ବିଶେଷଙ୍କ ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ ହେବ। ବ୍ୟାପାରରେ ଧନ ଲାଭ ହେବ। ଚାକିରି-ବ୍ୟବସାୟରେ ଉନ୍ନତି ହେବ। ଏହି ସମୟରେ କୌଣସି ନିଷ୍ପତ୍ତି ଭଲ ଭାବି ଚିନ୍ତି ନିଅନ୍ତୁ। ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories