www.samajalive.in
Monday, December 15, 2025
24.1 C
Bhubaneswar

ମହାଶିବରାତ୍ରୀରେ କଣ କରିବେ ଓ କଣ କରିବେ ନାହିଁ; ଧ୍ୟାନ ଦିଅନ୍ତୁ

ସମାଜ ଡିଜିଟାଲ ଡେସ୍କ: ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ଆରାଧନା କରିବାର ଦିନ। ଏହି ଦିନ ଭୋଳାବାବାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଜାଗର ଦୀପ ଜାଳି ମନସ୍କାମନା ପୂରଣ କରିବାକୁ ପ୍ରାର୍ଥନା କରିଥାନ୍ତି ଶ୍ରଦ୍ଧାଳୁ। ତେବେ ଏହି ଦିନ କେଉଁ କାର୍ଯ୍ୟ କରିବେ ଏବଂ କେଉଁ କାର୍ଯ୍ୟ କରିବେନାହିଁ ସେଥିପ୍ରତିୀ ଧ୍ୟାନ ଦେବା ଜରୁରୀ।

କଣ କରିବେ
୧ ପ୍ରଭାତରେ ଶୀଘ୍ର ଉଠି ସ୍ନାନ କରି ସ୍ୱଚ୍ଛ ପୋଷାକ ପରିଧାନ କରିବେ
୨ ଶିବ ମନ୍ଦିର ଯାଇ ପୂଜା କରିବା ସହ ଭୋଳାବାବାଙ୍କ ଆରାଧନା କରିବେ
୩ ଓଁ ନମଃ ଶିବାୟ, ମନ୍ତ୍ର ଜପ କରିବେ
୪ ଉପବାସ ରଖି ଫଳ, ଦହି ଏବଂ କ୍ଷୀର ପିଇବେ
୫ ରାତି ସାରା ଉଜାଗର ରହି ଜାଗର ଦୀପ ଜାଳି ଭଗବାନ ଶିବଙ୍କୁ ସ୍ମରଣ କରିବା ସହ ଶିବଙ୍କ ଭଜନ ଗାଇବେ
୬ ଗରିବଙ୍କୁ ଦାନ କରିବେ

- Advertisement -

କଣ କରିବେ ନାହିଁ
୧ ଶିବରାତ୍ରିରେ ଆମିଷ ଖାଇବେ ନାହିଁ, ନିରାମିଷ ଭୋଜନ କରିବେ
୨ ମିଥ୍ୟା କଥା କହିବେ ନାହିଁ, କାହାର ଖରାପ ଚିନ୍ତା କରିବା କିମ୍ବା ଖରାପ କରିବା ବିଷୟରେ ଭୁଲରେ ବି ଭାବିବେ ନାହିଁ
୩ କ୍ରୋଧ, ଲୋଭ, ମୋହ, ମାୟାଠାରୁ ଦୂରେଇ ରହିବେ
୪ ଶିବଲିଙ୍ଗରେ ତୁଳସୀ ପତ୍ର କେବେ ହେଲେ ଅର୍ପଣ କରିବେ ନାହିଁ
୫ ଶିବଲିଙ୍ଗରେ ଚନ୍ଦନ ଲଗାଇବା ବେଳେ ଧ୍ୟାନ ଦେବେ ଚନ୍ଦନ ଯେପରି ମଝିରେ ନଲାଗିବ
ମହାଶିବରାତ୍ରି ଏକ ଅତ୍ୟନ୍ତ ପବିତ୍ର ଦିନ ଅଟେ। ଏହି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜା କରି ଭକ୍ତମାନଙ୍କର ଇଚ୍ଛା ପୂରଣ ହୋଇଥାଏ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories