www.samajalive.in
Sunday, December 7, 2025
26.1 C
Bhubaneswar

ମହାଶିବରାତ୍ରି ଉପଲକ୍ଷେ ଶୈବପୀଠ ଉତ୍ସବମୁଖର

କେନ୍ଦୁଝରଗଡ଼: ମହାଶିବରାତ୍ରିରେ ପ୍ରଭୁ ଶିବଙ୍କ ସାନ୍ନିଧ୍ୟ ଲାଭ କଲେ ପୁଣ୍ୟ ମିଳିଥାଏ। ପୁରାଣକଥିତ ଏହି ଦିବସର ବିଶ୍ୱାସକୁ ପାଥେୟ କରି ଶିବ ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା ପରେ ଦୀପ ଜାଳି ପାଦୁକା ସେବନ ପାଇଁ ଶୁକ୍ରବାର ଭୋରରୁ ଶିବ ମନ୍ଦିରମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ଭକ୍ତ ଦିନତମାମ ଉପବାସ ରହି ରାତିରେ ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିରବେଢ଼ାରେ ଅପେକ୍ଷା କରି ପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ କ୍ରୁଚ୍ଛ ସାଧନା କରିଥିବା ଦେଖିବାକୁ ମିଳିଛି। ଏଥିନିମନ୍ତେ ଜିଲାବ୍ୟାପୀ ଶୈବପୀଠ ଗୁଡିକ ବେଶ୍‌‌ ଚଳଚଞ୍ଚଳ ସହ ଓଁ ନମଃ ଶିବାୟ ଧ୍ୱନିରେ ମୁଖରିତ ହୋଇଉଠିଛି। ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ ସହ ଶାନ୍ତିଶୃଙ୍ଖଳା ଗ୍ରହଣ କରାଯାଇଥିବା ବେଳେ ମନ୍ଦିର ପରିସର ଓ ବାହାରେ ପୁଲିସ ମୁତୟନ ହୋଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କେନ୍ଦୁଝର ସହର ଡ଼େଲିମାର୍କେଟ, ପବିତ୍ରଡ଼ିହା, ବଡ଼ଶାସନ, ପୁରୁଣାବଜାର, ସାମନ୍ତରାୟପୁର, ଜଗନ୍ନାଥପୁର, କାଶିପୁର, ମାଗୁରଗାଡ଼ିଆ, ମାଇନିଂରୋଡ଼, ରାମ ମନ୍ଦିର, ଭାଲୁକିପତଳାସ୍ଥିତ ଶିବ ମନ୍ଦିର ମାନଙ୍କରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥିଲା। ପୂଜାକୁ ଅଧିକ ଉପଭୋଗ୍ୟ କରିବା ପାଇଁ ପ୍ରତ୍ୟେକ ମନ୍ଦିରମାନଙ୍କରେ ସୁଦୃଶ୍ୟ ଆଲୋକମାଳା ସାଙ୍ଗକୁ ଅନ୍ନପ୍ରସାଦ ବଣ୍ଟନ ଏବଂ ସନ୍ଧ୍ୟାରେ ଭଜନ ପରିବେଷଣ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ସହର ଉପକଣ୍ଠ ନରଣପୁର ଘୁଟୁକେଶ୍ୱରସ୍ଥିତ କପିଳେଶ୍ୱର ମନ୍ଦିର, ଧୃପଦାସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର, ଘୁଟୁରସ୍ଥିତ ବାବା ମୁକ୍ତେଶ୍ୱର ମନ୍ଦିର, ବୋଦାପଳସା ସ୍ଥିତ ଶ୍ରୀଚନ୍ଦ୍ରଶେଖର ମହେଶ ସମେତ ଗୋନାସିକାସ୍ଥିତ ପବିତ୍ର ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୁପ୍ତଗଙ୍ଗା, ବିଲେଇପଦା ନିକଟସ୍ଥ ମୁର୍ଗାମହାଦେବ, ଚମ୍ପୁଆ ଚନ୍ଦ୍ରଶେଖର ମନ୍ଦିର, ବାରହାଟିପୁରା ଶିବମନ୍ଦିର, ପଳାଶପଙ୍ଗା ବାବା ଆଖଣ୍ଡଳମଣି ମନ୍ଦିର, ଓଡ଼ିଶା ସ୍ପଞ୍ଜ ଆଇରନଛକସ୍ଥିତ ହିତେଶ୍ୱରାୟ ମନ୍ଦିର, ବଣୁଆଁ, ରାଇସୁଆଁ, ପଦ୍ମପୁର, ଝୁମ୍ପୁରା, ତୁରୁମୁଙ୍ଗା, ଘଟଗାଁ, ରାଜନଗର, ତେଲକୋଇସ୍ଥିତ ବହୁ ପୁରାତନ ଶିବମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତଙ୍କୁ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ ସହ ସନ୍ଧ୍ୟାରେ ଭଜନକୀର୍ତ୍ତନ ପରିବେଷଣ ଭକ୍ତଙ୍କୁ ବେଶ୍‌‌ ଆକୃଷ୍ଟ କରିଛି। ଜିଲାର ସବୁଠାରୁ ପୁରାତନ ଦେଓଗାଁସ୍ଥିତ କୁଶଳେଶ୍ୱର ଶିବମନ୍ଦିରରେ ବୃହତ ଶିବରାତ୍ରି ମହୋତ୍ସବ ସାଙ୍ଗକୁ ୧୦ଦିନବ୍ୟାପୀ ପ୍ରସିଦ୍ଧ ଜାଗରମେଳା ଶୁକ୍ରବାରଠାରୁ ଧୁମଧାମ୍‌‌ରେ ଆରମ୍ଭ ହୋଇଛି। ଦେଓଗାଁ ଜାଗରମେଳାରେ ପ୍ରତିବର୍ଷ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories