www.samajalive.in
Saturday, December 13, 2025
21.1 C
Bhubaneswar

ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କାର ହେରୋଇନ ଜବତ, ଜଣେ ଗିରଫ  

କାମାକ୍ଷାନଗର : କାମାକ୍ଷାନଗର ଅବକାରୀ ବିଭାଗକୁ ବଡ଼ ସଫଳତା । ୨୬ ଗ୍ରାମ ହେରୋଇନ ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଆଜି ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ କୌଣସି ସୂତ୍ରରୁ କାମାକ୍ଷାନଗର ସହରରେ ହେରୋଇନ କାରବାର ହେଉଥିବା ଖବର ପାଇଥିଲା । ସହରର ଲକ୍ଷ୍ମୀବଜାରର ଆଶିଷ କୁମାର ନାଏକଙ୍କ ଘରେ ଏହି ଟିମ ଚଢ଼ାଉ କରି ୨୬ ଗ୍ରାମ ହେରୋଇନ ସହ ଆଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ହେରୋଇନର ଆନୁମାନିକ ମୂଲ୍ୟ ୨ ଲକ୍ଷ ଷାଠିଏ ହଜାର ଟଙ୍କା ହୋଇଥିବାବେଳେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ତରଫରୁ ଜୋରଦାର ଚଢ଼ାଉ ଜାରି ରହିବା ନେଇ ସୂଚନା ମିଳିଛି । ଢେଙ୍କାନାଳ ଅବକାରୀ ଇନ୍ସପେକ୍ଟର ସତିକା ବେସନାଙ୍କ ନେତୃତ୍ୱରେ ଏସଆଇ ପୁରୁଷୋତ୍ତମ ମିଶ୍ର ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories