www.samajalive.in
Tuesday, December 9, 2025
23.1 C
Bhubaneswar

ଅବକାରୀ ବିଭାଗ ପକ୍ଷରୁ ଚଢାଉ ୨୪୦ କିଗ୍ରା ଗଞ୍ଜେଇ ଜବତ ସହ ଜଣେ ଗିରଫ 

ଫୁଲବାଣୀ : କନ୍ଧମାଳ ଜିଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା । ଅବକାରୀ ଅଧିକ୍ଷକ ଶ୍ରୀ ଝାସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସୂତ୍ରରୁ ଖବର ପାଇ  ପୂର୍ଣ୍ଣ ଚନ୍ଦ୍ର ବେହେରା,ଅବକାରୀ ମୋବାଇଲ ୟୁନିଟି ଏସଆଇ ଭବାନୀ ଶଙ୍କର ସେଠୀ, ଏଏସଆଇ  ସୁଜିତ କୁମାର ମୁଦୁଲି  ଭୃଗୁପତି ଦିଗାଲ, ସଦାଶିବ ରଣା,ଅବକାରୀ କନେଷ୍ଟବଳ  ଏମ ସଞ୍ଜୀବ କୁମାର, ମିନତୀ ଗୁନ୍ତିଆ, ସଚ୍ଚିନ ଗୁରୁ  ଗୋଛାପଡା କଟ୍ରିଙ୍ଗିଆ ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିଲେ।
ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଗୋଛାପଡା ଥାନା ଅନ୍ତର୍ଗତ କୁରେଇ ପଦର ଗ୍ରାମର ଘର ବାଡ଼ିରେ ଥିବା କଦଳୀ ବଗିଚାରେ ୨୦ଟି ବସ୍ତାରେ ଗଞ୍ଜେଇ ଚାଲାଣ କରିବା ଉଦ୍ଦେଶ୍ୟରେ ରଖାଯାଇ ଥିବା ଜାଣିପାରିଲେ।  ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୨୨୦ କିଗ୍ରା ଗଞ୍ଜେଇ ଜବତ କରିଥିଲେ। ଏଥିସହିତ ଚିତ୍ତ ବିଶ୍ଵାଳ ଜଣେ ଗିରଫ କରି  ୨୯/୨୪ ରେ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories