BJD Bijuli 480×75 Mob

୧୧ କୁଇଣ୍ଟାଲ ମହୁଲ ସହ ଗାଡି ଜବତ, ଡ୍ରାଇଭର ଅଟକ

BJD Bijuli 480×75 Mob

ଦେଓଗାଁ : ବଲାଙ୍ଗୀର ଜିଲା ତୁଷୁରା ଅବକାରୀ ବିଭାଗ ତରଫରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ତୁଷୁରା ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି। ତୁଷୁରା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ବିଶିପାଲି ଠାରେ ଗୋଟିଏ ୪୦୭ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ସେହି ଗାଡ଼ିରେ ୩୦ଟି ଅଖାବସ୍ତାରେ ୧୧  କ୍ୟୁଣ୍ଟାଲ ୭୦ କିଲୋ ବେଆଇନ ମହୁଲ ଫୁଲ ଥିଲା। ଅବକାରୀ ବିଭାଗ ପକ୍ଷରୁ ୪୦୭ ଗାଡି, ଅଖାବସ୍ତାରେ ଥିବା ୧୧  କ୍ୟୁଣ୍ଟାଲ ୭୦ କିଲୋ ମହୁଲ ଫୁଲକୁ ଜବତ କରିଥିଲେ। ଏହାସହିତ ଗାଡ଼ିର ଡ୍ରାଇଭର ମଧୁ ପ୍ରଧାନକୁ ଅଟକ ରଖି  ତଦନ୍ତ ଜାରି ରହିଛି ବୋଲି ଓଆଇସି ଶ୍ରୀକାନ୍ତ ଜେନା ସୂଚନା ଦେଇଛନ୍ତି।

Comments are closed.