BJD Bijuli 480×75 Mob

ସୁନ୍ଦର ପିଚାଇ କରିବେ ନୂଆ ରେକର୍ଡ, ଜାଣନ୍ତୁ…

BJD Bijuli 480×75 Mob

ନୂଆଦିଲ୍ଲୀ : ଆଲ୍ଫାବେଟ ଇଙ୍କର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ ଏକ ବଡ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ସେ କୌଣସି ବି ଟେକ୍ କମ୍ପାନୀର ପ୍ରତିଷ୍ଠାତା ନଥିବା ସତ୍ତ୍ବେ ସମ୍ପତ୍ତି ମାମଲାରେ ନୂଆ ରେକର୍ଡ ନିଜ ନାଁରେ କରିବାକୁ ଯାଉଛନ୍ତି । ତାଙ୍କ ସମ୍ପତ୍ତି ୧୦ ଅଙ୍କ ବିଶିଷ୍ଟ ହେବାକୁ ଯାଉଛି । ୫୧ ବର୍ଷୀୟ ସୁନ୍ଦର ପିଚାଇ ୨୦୧୫ରେ ଗୁଗଲର କାର୍ଯ୍ୟ ନିର୍ବାହୀ ଅଧିକାରୀ ହୋଇଥିଲେ । ସେବେଠୁ  କମ୍ପାନୀର ସେୟାରର ଦାମ୍ ୪୦୦ ପ୍ରତିଶତରୁ ମଧ୍ୟ ଅଧିକ ବଢିଯାଇଛି । ଏହି ସମୟ ମଧ୍ୟରେ S&P ଏବଂ ନେସ୍ଡେକ ରେ ମଧ୍ୟ ଗୁଗଲର ପ୍ରଦର୍ଶନ ଉତ୍ତମ ରହିଛି ।

ଗୁଗଲର ସେୟାର ଶୁକ୍ରବାର ନୂଆ ରେକର୍ଡ କରିଛି । କମ୍ପାନୀ ତରଫରୁ ଦମଦାର ପ୍ରଦର୍ଶନ କରାଯିବା ସହ ପ୍ରଥମ ଥର ଡିଭିଡେଣ୍ଡ ଦେବା ପାଇଁ ଘୋଷଣା ମଧ୍ୟ ହୋଇଛି । ଗୁଗଲର ସେୟାରରେ ଆସିଥିବା ବୃଦ୍ଧି ଏବଂ ମିଳିଥିବା ଭାରୀ ଷ୍ଟକ୍ ଆଓ୍ବାର୍ଡ ତାଙ୍କୁ ବିଶ୍ବର ସବୁଠାରୁ ଅଧିକ ବେତନ ପାଉଥିବା ଅଧିକାରୀଙ୍କ ମଧ୍ୟରେ ସାମିଲ କରିଛି ।

ଦିଲ୍ଲୀ-ଦୁବାଇ ରୁଟରେ ଉଡିଲା ନୂଆ ଏୟାରବସ୍ ଏ୩୫୦-୯୦୦

ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁସାରେ ଏସବୁ ସହିତ ସୁନ୍ଦର ପିଚାଇଙ୍କ ସମ୍ପତ୍ତି ବୃଦ୍ଧି ପାଇ ପ୍ରାୟ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ୨୦୧୫ରେ ଗୁଗଲର ସହ ପ୍ରତିଷ୍ଠାତା ଲେରୀ ପେଜ୍ ସୁନ୍ଦର ପିଚାଇଙ୍କୁ କମ୍ପାନୀର ସିଇଓ ଘୋଷଣା କରିଥିଲେ । ସେହି ସମୟରେ ଲେରୀ ପେଜ୍ ନୂଆ ହୋଲ୍ଡିଂ କମ୍ପାନୀ ଆଲ୍ଫାବେଟର ସିଇଓ ହୋଇଥିଲେ । କିନ୍ତୁ ୨୦୧୯ରେ ସେ ସୁନ୍ଦର ପିଚାଇଙ୍କୁ ଆଲ୍ଫାବେଟର ସିଇଓ ମଧ୍ୟ କରିଦେଇଥିଲେ । ସୁନ୍ଦର ପିଚାଇ ଗୁଗଲ ସମ୍ଭାଳିବା ପରଠୁ ଗୁଗଲ ଅନେକ ନୂଆ ସେବା ଉପରେ କାର୍ଯ୍ୟ ଆରମ୍ଭ କରିବା ସହିତ ପୁରୁଣାକୁ ମଧ୍ୟ ଉତ୍ତମ କରିବା ଉପରେ ଗୁରୁତ୍ବ ଦେଇଛି । ତେବେ ସୁନ୍ଦର ପିଚାଇଙ୍କ ବ୍ୟତୀତ ଅନ୍ୟ କିଛି ଟେକ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଏହି ଧନୀ ତାଲିକାରେ ସାମିଲ । ଯଥା ଆପଲର କାର୍ଯ୍ୟନିର୍ବାହୀ ଅଧିକାରୀ ଟିମ୍ କୁକଙ୍କ ସମ୍ପତ୍ତି ଫୋର୍ବ୍ସ ଅନୁସାରେ ୨ ବିଲିୟନ ଡଲାରରୁ ଅଧିକ ।

Comments are closed.