www.samajalive.in
Saturday, December 6, 2025
15.1 C
Bhubaneswar

ଅକ୍ଷୟ ତୃତୀୟାରେ ଘରକୁ ଆଣନ୍ତୁ ଏହି ୩ଟି ଜିନିଷ; କେବେ ବି ହେବନି ଅର୍ଥର ଅଭାବ

ସମାଜ ଡିଜିଟାଲ ଡେସ୍କ: ଚଳିତ ଥର ମେ ୧୦ ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ପୌରାଣିକ ଅନୁଯାୟୀ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଭଗବାନ ବିଷ୍ଣୁ ନର-ନାରାୟଣ, ହାୟଗ୍ରୀଭା ଏବଂ ପର୍ଶୁରାମଙ୍କର ଅବତାରରେ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଏହି ଦିନକୁ ପର୍ଶୁରାମ ଜୟନ୍ତୀ ଏବଂ ନର-ନାରାୟଣ ଜୟନ୍ତୀ ଭାବେ ପାଳନ କରାଯାଏ।
ଅକ୍ଷୟ ତୃତୀୟ ଅତ୍ୟନ୍ତ ଶୁଭ ଦିନ ହୋଇଥିବାରୁ ଅନେକ ଶୁଭ କାର୍ଯ୍ୟ କରାଯାଇଥାଏ। ଅକ୍ଷୟ ତୃତୀୟାରେ କୌଣସି ଶୁଭ କାମ କରିବାର ଶୁଭ ମୁହୂର୍ତ୍ତ ଦେଖିବାର ଆବଶ୍ୟକତା ନଥାଏ। ହିନ୍ଦୁ ଧର୍ମର ଲୋକମାନେ ଏହି ଦିନ ଗୃହ ପ୍ରତିଷ୍ଠା, ବିବାହ, ନିର୍ବନ୍ଧ ଭଳି ଶୁଭ କାର୍ଯ୍ୟ କରିଥାନ୍ତି। ଅକ୍ଷୟ ତୃତୀୟାରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ବ୍ୟତୀତ ଏକାଦଶୀ, ବସନ୍ତ ପଞ୍ଚମି, ମଧ୍ୟ ଶୁଭ ଦିନ ଭାବେ ବିବେଚନା କରାଯାଏ। ଅକ୍ଷୟ ତୃତୀୟାର ଘରେ ମା ଲକ୍ଷ୍ମୀଙ୍କ ଉପାସନା କରିବା ସହ ସୁନା ରୂପା, ନୂଆ ଯାନ, ଜମି ଇତ୍ୟାଦି କ୍ରୟ କରି ଆଣିଲେ ମାଙ୍କ ଆଶିଷ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।

ଯଦି ଆପଣ ଏହି ଦିନ ସୁନା କିଣିପାରୁନାହାଁନ୍ତି ତେବେ ଅନ୍ୟ କୌଣସି ଜିନିଷ କିଣି ଘରକୁ ଆଣିଲେ ତାହା ସୁନା ସହିତ ସମାନ ହୋଇଥାଏ। ଏହି ଦିନ ପୂଜା ଘରେ ଗୋଟିଏ ନଡିଆ ସ୍ଥାପନା କରି ରଖନ୍ତୁ। ଘରେ ଥିବା ସବୁ ସମସ୍ୟା ଦୂର ହେବ। ଅକ୍ଷୟ ତୃତୀୟା ଦିନ ନାଲି କପଡାରେ ୧୧ଟି କଉଡି ବାନ୍ଧି ପୂଜା ଘରେ ରଖନ୍ତୁ। ଏଭଳି କରିଲେ ଆପଣଙ୍କ ଘରେ ମା ଲକ୍ଷ୍ମୀ ଆଗମନ ଏବଂ ଆଶୀର୍ବାଦ ରହିବ। ଏହି ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ସଠିକ୍‌‌ ସମୟ ହେଉଛି ସକାଳ ୫.୩୩ରୁ ଆରମ୍ଭ ହୋଇ ରାତି ୧୨.୧୭ ମିନିଟ୍‌‌ ପର୍ଯ୍ୟନ୍ତ ରହିଛି।
ଏହି ଦିନ ଘରକୁ ନୂଆ ଜିନିଷ କିଣି ଆଣିବା ପାଇଁ ପୁରା ଦିନ ସାରା ଶୁଭ ସମୟ ରହିଛି। କିନ୍ତୁ ଯଦି ଆପଣ ଦ୍ୱିପ୍ରହର ୧୨ଟା ୧୫ ପରେ ସୁନା ଓ ରୂପା କିଣୁଛନ୍ତି ତେବେ ଅତ୍ୟନ୍ତ ଶୁଭ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories