BJD Bijuli 480×75 Mob

ଅନଲାଇନରେ ଆସିଥିବା ପାର୍ସଲ ଖୋଲିବା ସମୟରେ ବିସ୍ଫୋରଣ, ୨ ମୃତ

BJD Bijuli 480×75 Mob

ନୂଆଦିଲ୍ଲୀ : ଗୁଜରାତର ସାବରକାଣ୍ଠାରେ ଅନଲାଇନରୁ ମଗାଯାଇଥିବା ପାର୍ସଲରେ ବିସ୍ଫୋରଣ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ୨ ଜଣ ପିତା- ଏବଂ ଝିଅ ବୋଲି ଜଣାପଡିଛି । କୁହାଯାଉଛି କି ଅନଲାଇନ ଜରିଆରେ ଆସିଥିବା ଏକ ପାର୍ସଲକୁ ଖୋଲିବା ସମୟରେ ତାହା ଜୋରରେ ଶବ୍ଦ କରି ଫାଟିଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଚାପା ଉତ୍ତେଜନା ମଧ୍ୟ ଦେଖାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।

କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୯ ଆହତ

ବିସ୍ଫୋରଣରେ ମୃତ ବ୍ୟକ୍ତି ଜିତେନ୍ଦ୍ର ହିରାଭାଇ ବଞ୍ଜାରା ବୋଲି ଜଣାପଡିଛି । ଏହି ସମୟରେ ତାଙ୍କ ୨ ଝିଅ ମଧ୍ୟ ପାଖରେ ଥିଲେ । ୧୦ ବର୍ଷର ବଡ ଝିଅ ଆହତ ହୋଇ ହିମ୍ମତନଗର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସାନ ଝିଅ ଭୂମିକା ବଞ୍ଜାରାଙ୍କ ମୃତ୍ୟୁ ଘଟିଛି । ସାବରକାଣ୍ଠାର ବଡାଲିର ଭେଦା ଛାଓନି ଗାଁରେ ଜିତେନ୍ଦ୍ରଭାଇ ହୀରାଭାଇ ବଞ୍ଜାରାଙ୍କ ଘରକୁ ଏକ ପାର୍ସଲ ଆସିଲା । ସେ ହୋମ୍ ଥିଏଟର ସାଉଣ୍ଡ ସିଷ୍ଟମ ଅର୍ଡର କରିଥିଲେ । କିନ୍ତୁ ଆସିଥିବା ଏହି ପାର୍ସଲକୁ ଖୋଲିବା ସମୟରେ ତାହା ଫାଟିଯାଇଥିଲା । ଏହି ଘଟଣା ପରେ ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପାର୍ସଲଟି କେଉଁଠୁ ଆସିଥିଲା ଏବଂ କିଏ ଏହାକୁ ଆଣିଥିଲା ସେନେଇ ଖୋଳତାଡ କରୁଛି ପୁଲିସ ।

Comments are closed.