ଏହି ଗାଁରେ କେହି ନିଜ ଝିଅକୁ ବିବାହ ଦେବାକୁ ଚାହୁଁ ନାହାଁନ୍ତି ; କାରଣ ଜାଣି ହେବେ ଆଶ୍ଚର୍ଯ୍ୟ..
ନୂଆଦିଲ୍ଲୀ : ଛତିଶଗଡର ଏପରି ଏକ ଗାଁ ଯାହା ଗଙ୍ଗରେଲ୍ ଡ୍ୟାମର କୂଳରେ ରହିଛି। ଏଠାରେ ପାଣି ପାଇଁ ସର୍ବଦା ହାହାକାର ରହିଥାଏ। ଗଙ୍ଗରେଲ୍ ଡ୍ୟାମ ଅନ୍ୟ ଜିଲାର ବାସିନ୍ଦାଙ୍କ ଶୋଷ ମେଣ୍ଟାଇଥାଏ। ମାତ୍ର ସେହି ଜିଲା ପାଣି ପାଇଁ ବିକଳ ହୋଇ ଥାଆନ୍ତି। ଜଳ ସଙ୍କଟ ଏଠାରେ ଏପରି ଯେ ବିବାହର ମହୁରୀ ମଧ୍ୟ ବାଜିବା ସମ୍ଭବ ହୋଇନଥାଏ। ଏହି ଗାଁରେ କେହି ମଧ୍ୟ ନିଜ ଝିଅ ବିବାହ ଦେବାକୁ ଇଚ୍ଛା କରନ୍ତି ନାହିଁ। ପ୍ରସ୍ତାବ ଠିକ୍ ହେଲେ ମଧ୍ୟ ଭାଙ୍ଗି ଯାଉଛି।
ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..
ଧମତରୀରୁ ୧୫ କିଲୋମିଟର ଦୂର ଗାଁ ମୋହାଲି ସହରାଞ୍ଚଳ ବିକାଶବ୍ଲକରେ ଅନ୍ତର୍ଭୁକ୍ତ। ଏଠାରୁ ଗଙ୍ଗରେଲ୍ ଡ୍ୟାମ ପ୍ରାୟ ୧୦ କିମି ଦୂର। ମାତ୍ର ଏହି ଗାଁର ଲୋକେ ୩୦ ବର୍ଷ ହେବ ପାଣି ପାଇଁ ବିକଳ ହେଉଛନ୍ତି। ଗଙ୍ଗରେଲ୍ ଡ୍ୟାମ କୂଳରେ ଥିବା ସତ୍ତେ୍ୱ ଏହି ଗାଁରେ ପାଣି ସମସ୍ୟା ଲାଗି ରହିଛି। ଏଠାରୁ ପାଣି ଅନ୍ୟ ଜିଲା ଯେପରି ରାୟପୁର, ବାଲୋଦ, ବଲୌଦାବଜାର ଆଦି ସ୍ଥାନକୁ ଯାଉଛି। ୩୦ ବର୍ଷ ହେବ ପାଣି ସମସ୍ୟା ଲାଗି ରହିଛି ବୋଲି ଗ୍ରାମବାସୀ କହିଛନ୍ତି। ଗାଁରେ ନଳକୂପ, ନଳଜଳ ଯୋଜନା ରହିଛି, ମାତ୍ର ତାହା ମଧ୍ୟ ବନ୍ଦ ହୋଇ ପଡି ରହିଛି। ଗାଁରେ ପିଲା, ମହିଳା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସାଇକେଲରେ ଡବା ନେଇ ପାଣି ବୋହି ଥାଆନ୍ତି। ପଞ୍ଚାୟତ ଦ୍ୱାରା ଏଠାରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। ମାତ୍ର ଦିନକୁ ଥରେ ସକାଳ ସମୟରେ ଏହା ଆସିଥାଏ। ଏହାପରେ ଲୋକଙ୍କ ଭିଡ ଲାଗିଥାଏ, ଯାହାକୁ ଯେତିକି ପାଣି ମିଳେ, ସେମାନେ ନେଇ ଥାଆନ୍ତି। ଟ୍ୟାଙ୍କର ନ ଆସିଲେ ଲୋକେ କିମି କିମି ବାଟ ଯାଇ ପାଣି ବୋହି ଆଣନ୍ତି। ଏହାଦ୍ୱାରା ତାଙ୍କର କାମ କରିବାକୁ ଯିବା ମଧ୍ୟ ପ୍ରଭାବିତ ହେଉଛି।
ଗ୍ରାମବାସୀ କହିଛନ୍ତି, ଗାଁରେ ଜଳ ସଙ୍କଟ କାରଣରୁ ଏହି ବର୍ଷ ଏଠାରେ ବିବାହ ମଧ୍ୟ ହୋଇ ନାହିଁ। ପାଣି ସମସ୍ୟା କାରଣରୁ ହିଁ ଏଠାରେ କେହି ମଧ୍ୟ ପ୍ରସ୍ତାବ ଜୋଡିବାକୁ ତଥା ବାହାଘର ପାଇଁ ରାଜି ହେଉ ନାହାଁନ୍ତି। ବାହାଘର ପରେ ପାଣି ପାଇଁ ନାନାଦି ସମସ୍ୟା ସୃଷ୍ଟି ହେଉଥିବାରୁ ବିବାହ ପାଇଁ ରାଜି ହେଉ ନାହାଁନ୍ତି। ବିବାହ ଠିକ୍ ହୋଇ ମଧ୍ୟ ଭାଙ୍ଗି ଯାଉଛି।
ସାରା ଜିଲାରେ ପାଣି ସମସ୍ୟା ରହିଛି ବୋଲି ଜିଲ୍ଲାପାଳ ମଧ୍ୟ କହିଛନ୍ତି। ଗ୍ରାମରେ ବର୍ତ୍ତମାନ ଧାନ ଚାଷ ହେଉଛି। ଏହି କାରଣରୁ ଉଠାଜଳ ସେଚନ ପ୍ରକଳ୍ପ ଜରିଆରେ ପାଣି ଯୋଗା ଯାଉଛି। ଫଳରେ ପାଣି ଉତ୍ସ ତଳକୁ ଖସି ଖସି ଯାଉଛି। ଏହି କାରଣରୁ ପାଣି ସମସ୍ୟା ଦେଖା ଦେଇଛି। ପାଣି ଗଚ୍ଛିତ କରି ରଖିବା ପାଇଁ ସଠିକ୍ ଭାବେ ବ୍ୟବସ୍ଥା ନଥିବାରୁ ପାଣି ସମସ୍ୟା ଲାଗି ରହିଛି।
୯୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ପାଣି ସମସ୍ୟା କାରଣରୁ ଏହି ଗାଁରେ କେହି ମଧ୍ୟ ଝିଅ ବାହା ଦେବାକୁ ଇଚ୍ଛା କରନ୍ତି ନାହିଁ। ଏଥିପାଇଁ ଲୋକେ ଖୁବ୍ ଚିନ୍ତିତ ମଧ୍ୟ।
Comments are closed.