www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରେରଣା: ଫଳ ବିକାଳିଙ୍କ ପୁଅ ଆଜି ୪୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାଲିକ

ନୂଆଦିଲ୍ଲୀ: କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତା ଦେଇଥାଏ। ଏହି ସଫଳତା ସାଜିଥାଏ ଅନ୍ୟମାନଙ୍କ ପାଇଁ ପ୍ରେରଣା। ଏଭଳି ଏକ ପ୍ରେରଣାଦାୟୀ ବ୍ୟକ୍ତି ହେଉଛନ୍ତି ରଘୁନନ୍ଦନ ଶ୍ରୀନିବାସ କାମଥ। ସେ ଦିନେ ଥିଲେ ଜଣେ ଫଳ ବିକାଳିଙ୍କ ପୁଅ। ହେଲେ ନିଜ ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ସେ ୪୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାଲିକ ହୋଇପାରିଛନ୍ତି।
ରଘୁନନ୍ଦନ ହେଉଛନ୍ତି ନାଚୁରାଲ୍ସ ଆଇସକ୍ରିମ ନାମକ ଏକ କମ୍ପାନୀର ମାଲିକ। ତାଙ୍କ ପିଲାଦିନ ଅତ୍ୟନ୍ତ ଜଟିଳ ଥିଲା। ଦାରିଦ୍ର୍ୟ ଯୋଗୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ବହୁ ଦୁଃଖକଷ୍ଟ ସହିବାକୁ ପଡ଼ିଥିଲା। ଏପରି କି ସେ ନିଜ ସ୍କୁଲ ପଢ଼଼ା ମଧ୍ୟ ସମ୍ପୂର୍ଣ୍ଣ କରିପାରି ନ ଥିଲେ। କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ପରିଶ୍ରମ ଜାରି ରଖିଥିଲେ।


ରଘୁନନ୍ଦନଙ୍କ ଘର କର୍ଣ୍ଣାଟକର ମାଙ୍ଗାଲୋର ଅନ୍ତର୍ଗତ ଏକ ଛୋଟିଆ ଗାଁରେ। ତାଙ୍କ ବାପା ଜଣେ ଫଳ ବିକାଳି ଥିଲେ। ପିଲାଦିନୁ ସେ ବାପାଙ୍କୁ ବ୍ୟବସାୟରେ ସହଯୋଗ କରିଆସୁଥିଲେ। କିନ୍ତୁ ପାଠପଢ଼଼ା ବନ୍ଦ ହେବା ପରେ ୧୪ ବର୍ଷ ବୟସରଙ୍କ ସେ ମାଙ୍ଗାଲୋରରୁ ମୁମ୍ବଇ ଚାଲିଆସିଥିଲେ। ସେଠାରେ ତାଙ୍କ ଭାଇଙ୍କର ଥିବା ଏକ ଦକ୍ଷିଣ ଭାରତୀୟ ରେଷ୍ଟୁରାଣ୍ଟରେ କାମ କଲେ। ସେହିଠାରୁ ସେ ନିଜର ଉଦ୍ୟୋଗ ଆରମ୍ଭ କରିବାର ପ୍ରେରଣା ପାଇଥିଲେ। ଶେଷରେ ୧୯୮୪ ଫେବୃୟାରୀ ୧୪ରେ ୪ କର୍ମଚାରୀ ଏବଂ ୧୦ ଆଇସକ୍ରିମ ଫ୍ଲେଭର ସହିତ ନାଚୁରାଲ୍ସ ଆଇସକ୍ରିମର ମୂଳଦୁଆ ପକାଇଥିଲେ। ସେ କେବଳ ଫଳ, କ୍ଷୀର ଏବଂ ଚିନି ଦ୍ୱାରା ଆଇସକ୍ରିମ ତିଆରି ଆରମ୍ଭ କଲେ। ତା ସହିତ ପାଓଭାଜି ବି ତିଆରି କରି ଆଇସକ୍ରିମ ସହିତ ବିକ୍ରି କଲେ। ପ୍ରଥମ ବର୍ଷ ସେ ୫ ଲକ୍ଷ ଟଙ୍କା ରୋଜଗାର କରିଥିଲେ।
ଆଇସକ୍ରିମର ଉନ୍ନତ ସ୍ୱାଦ ଯୋଗୁ ତାଙ୍କ ଆଇସକ୍ରିମ ପାର୍ଲର ଲୋକପ୍ରିୟତା ହାସଲ କଲା। ଏହା ପରେ ସେ ପାଓଭାଜି ବିକ୍ରୟ ବନ୍ଦ କରି ଏକ ଆଇସକ୍ରିମ କମ୍ପାନୀ ପ୍ରତିଷ୍ଠା ଉପରେ ଧ୍ୟାନ ଦେଇଥିଲେ। ଧୀରେ ଧୀରେ ତାଙ୍କ ବ୍ୟବସାୟ ବଢ଼଼ିଥିଲା। ବର୍ତ୍ତମାନ ସମୟରେ ୧୩୫ ସ୍ଥାନରେ ତାଙ୍କର ଆଇସକ୍ରିମ ପାର୍ଲର ରହିଛି, ଯେଉଁଠି ୨୦ ପ୍ରକାର ଫ୍ଲେଭରରେ ଆଇସକ୍ରିମ ଉପଲବ୍ଧ।
ଋିପୋର୍ଟ ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ନାଚୁରାଲ୍ସ ଆଇସକ୍ରିମର ରିଟେଲ ରେଭିନ୍ୟୁ ୪୦୦ କୋଟି ରହିଥିଲା। ସେହିପରି ଗ୍ରାହକଙ୍କୁ ସର୍ବୋତ୍ତମ ଅନୁଭୂତି ଦେବା କ୍ଷେତ୍ରରେ ଏହି କମ୍ପାନୀ ଦେଶର ଶ୍ରେଷ୍ଠ ୧୦ କମ୍ପାନୀ ମଧ୍ୟରେ ରହିଥିବା କେପିଏମଜି ସର୍ଭେରୁ ଜଣାପଡ଼ିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories