ଶୁକ୍ରଙ୍କ ରାଶି ପରିବର୍ତ୍ତନ। ୧୯ମେ ୨୦୨୪ରେ ଶୁକ୍ର ଗ୍ରହ ମେଷ ରାଶିରୁୁ ବୃଷ ରାଶିରେ ପ୍ରବେଶ କରିବେ। ଶୁକ୍ର ୧୯ ମେ ସକାଳ ୮ଟା ୨୨ ମିନିଟରେ ରାଶି ପରିବର୍ତ୍ତନ କରିବେ। ଶୁକ୍ରଙ୍କ ରାଶି ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ୧୨ ରାଶିରେ ଏହାର ପ୍ରଭାବ ପଡିବ। ମାତ୍ର ଏପରି କିଛି ରାଶି ରହିଛି, ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏମାନଙ୍କୁ ଅଧିକରୁ ଅଧିକ ଲାଭବାନ୍ ହେବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିଙ୍କୁ ଜୀବନରେ ଅନେକ ଖୁସି ମିଳିବା ସହ ଧନର ବର୍ଷା ହେବ।
ଘରେ ପ୍ରତିଦିନ ଜଳାନ୍ତୁ ବାସ୍ ଏହି ଗୋଟିଏ ଜିନିଷ ; ତା’ପରେ ଦେଖନ୍ତୁ ଚମତ୍କାର..
ମେଷ – ଶୁକ୍ରଙ୍କ ରାଶି ପରିବର୍ତ୍ତନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବରଦାନ ଭଳି। ଏହି ସମୟରେ ଆପଣଙ୍କ ଆୟରେ ବୁଦ୍ଧି ହେବ। ବ୍ୟବସାୟରେ ଲାଭାବାନ୍ ହେବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ନୂତନ ଚାକିରି ମିଳିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କରଜ କିମ୍ବା ଅଟକି ଥିବା ଧନ ଲାଭ ହେବ।
ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଶୁଭଙ୍କର। ୧୯ ମେରେ ଆପଣଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ଘଟିବ। ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଆମଦାନୀର ନୂତନ ସ୍ରୋତ ମିଳିବ। ଆର୍ଥିକ ସ୍ଥିତି ମଜଭୂତ ହେବ।
କର୍କଟ ରାଶି – କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଶୁଭଙ୍କର। ଆପଣଙ୍କ ସୁଖସମୃଦ୍ଧି ବୃଦ୍ଧି ହେବ। ମାନ-ସମ୍ମାନ ବୃଦ୍ଧି ହେବ। ଆମଦାନୀ ବୃଦ୍ଧି ହେବ। ଶୁଭ ଖବର ମିଳିବ।
ସିଂହ – ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଆପଣଙ୍କୁ ଭାଗ୍ୟର ଭରପୁର ସାଥ୍ ମିଳିବ। ଚାକିରିରେ ପଦ ପ୍ରତିଷ୍ଠା ସହ ପଦନ୍ନୋତି ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।
ମକର – ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏମାନଙ୍କ ପାଇଁ ଖୁସି ଆଣିବ। ଏହି ସମୟରେ ଅତ୍ୟନ୍ତ ଲାଭବାନ୍ ହେବେ। ଆମଦାନୀର ନୂତନ ସ୍ରୋତ ସାମ୍ନାକୁ ଆସିବ। କାର୍ଯ୍ୟରେ ସଫଳତା ମିଳିବ। ଚାକିରି ଖୋଜୁ ଥିବା ଲୋକଙ୍କୁ ନୂତନ ଚାକିରି ମିଳିବ।
କୁମ୍ଭ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ବେଶ ଶୁଭଙ୍କର ହେବ। ଶୁଭ ଖବର ମିଳିବ। ଆୟରେ ବୃଦ୍ଧି ହେବ। ଆମଦାନୀର ନୂତନ ସ୍ରୋତ ମିଳିବ।



