ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିଲେ, କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଉପାୟ ଆପଣାଇବା ଦ୍ୱାରା ଘରେ କେବଳ ଆର୍ଥିକ ସମସ୍ୟା ଦୂର ହୁଏ ତାହା ନୁହେଁ ବରଂ ଘରେ ସର୍ବଦା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବାସ୍ତୁ ଅନୁଯାୟୀ, ଘରେ ହସଖୁସି ଓ ସୁଖସମୃଦ୍ଧି ପାଇଁ ନିୟମିତ କର୍ପୂର ଜଳାନ୍ତୁ।
ପ୍ରତିଦିନ ସକାଳେ ଶେଯ ତ୍ୟାଗ କରି ସ୍ନାନ କରିବା ପରେ ପୂଜା ସମୟରେ ଏକ କର୍ପୂର ନିଶ୍ଚୟ ଜଳାନ୍ତୁ।
ଏହା କରିବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ହୋଇ ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପ୍ରତିଦିନ କର୍ପୂର ଜଳାଇବା ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିବାର ରାସ୍ତା ଖୋଲି ଯାଏ।
ନିୟମିତ କର୍ପୂର ଜଳାଇବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ଘରେ ସୁଖଶାନ୍ତି ସର୍ବଦା ରହିଥାଏ।
ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଘରେ କର୍ପୂରର ବାସ୍ନା ରହିବା ଦ୍ୱାରା ପରିବାର ସଦସ୍ୟ ସର୍ବଦା ଖୁସିରେ ରହିଥାଆନ୍ତି। ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ଗ୍ରହଙ୍କ କୁପ୍ରଭାବ କମ୍ କରିବା ପାଇଁ ମୁଖ୍ୟ ଦ୍ୱାରରେ କର୍ପୂର ପାଣି ଛିଞ୍ଚନ୍ତୁ। ନିୟମିତ ଏହି ଉପାୟ କରିବା ଦ୍ୱାରା ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ।



