ପଞ୍ଜାବ ଗସ୍ତ କଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବକ୍ସିଂ ପୁରୁଷ ଦଳ

ଗୋପାଳପୁର :  ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ବକ୍ସିଂ ପୁରୁଷ ଦଳ ପଞ୍ଜାବ ଗସ୍ତ କରିଛି । ପଞ୍ଜାବ ସ୍ଥିତ ଗୁରୁକାଶୀ ୟୁନିଭରସିଟି ଭାଟିଣ୍ଡା ଠାରେ ଚଳିତ ମାସ  ୨୬ ତାରିଖ ଠାରୁ ଜାନୁଆରୀ ୨ ପର୍ଯ୍ୟନ୍ତ ହେବାକୁ ଥିବା ଅଲ ଇଣ୍ଡିଆ ଅନ୍ତ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଭାଗ ନେବେ । ଦଳରେ ପାରଳାଖେମୁଣ୍ଡି ଏସ. କେ ସି. ଜି କଲେଜର ୪୬ ରୁ ୪୮ କେ.ଜି ବର୍ଗରେ ଏନ. ଚନ୍ଦ୍ର ଶେଖର, ଗୁରାଣ୍ଡି ଏମ.କେ. ଡିଗ୍ରୀ କଲେଜର ୭୧ ରୁ ୭୫ କେ.ଜି ବର୍ଗରେ ପ୍ରକାଶ କୁମାର ବେହେରା ଓ ୫୭ ରୁ ୬୦ କେ. ଜି ବର୍ଗରେ ମୋହନ ଆଙ୍କୁଲୋ, ଚିକିଟି ମହାବିଦ୍ୟାଳୟର ୭୫ ରୁ ୮୦ କେ. ଜି ବର୍ଗରେ ତନ୍ମୟ କୁମାର ସାହୁ, ଡୁରା ରାମ ନାରାୟଣ କଲେଜର ୬୩.୫ ରୁ ୬୭ କେ. ଜି ବର୍ଗରେ ବି. ନୀଳକଣ୍ଠ ଏବଂ ୫୧ ରୁ ୫୪ କେ.ଜି ବର୍ଗରେ ରୋଶନ ଗୌଡ଼,ବୁଗୁଡ଼ା ପିପୁଲ୍ସ ମହାବିଦ୍ୟାଳୟର ୫୪ ରୁ ୫୭ କେ. ଜି ବର୍ଗରେ ତୁଷାର ମହାନ୍ତି ଦଳରେ ଥିବା ବେଳେ ମ୍ୟାନେଜର ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପିଇଟି ଭଞ୍ଜ କିଶୋର ଗୌଡ଼ ଓ କୋଚ ଭାବେ ପୁରୁଷୋତ୍ତମପୁର ତାରା ତାରିଣୀ କଲେଜର ପିଇଟି ଶିବ ପ୍ରସାଦ ବେହେରା ଦଳରେ ଗସ୍ତ କରିଛନ୍ତି ଲ କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗିତାଞ୍ଜଳୀ ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ.ସାରଦା ପ୍ରସାଦ ସାହୁ, ରବି ଚରଣ ମିଶ୍ର, ରାଜେଶ କୁମାର ମହାନ୍ତି, ଦୁଷ୍ମନ୍ତ କୁମାର ପାଢ଼ୀ, ମନୋରମା ମହାରଣା, କବିରାଜ ଗୌଡ଼, ପ୍ରଫୁଲ୍ଲ କୁମାର ମହାନ୍ତି, ସୁଧାଂଶୁ କୁମାର ପଣ୍ଡା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.