ଭଙ୍ଗାଦଦରା ଘରେ ବିତୁଛି ଜୀବନ, ଫେଲ୍ ମାରିଛି ଆବାସ ଯୋଜନା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏରୀମାଣ୍ଡୁ ପଞ୍ଚାୟତ ଗ୍ଲଟ ଗ୍ରାମର ଦୀର୍ଘ ବର୍ଷରୁ ରହିଆସୁଛନ୍ତି ଦିନ କହଁର ଓ ତାଙ୍କ ପରିବାର । ପରିବାର ଲୋକଙ୍କ କହିବା ମୁତାବକ ଗତ ଲଗାଣ ବର୍ଷାରେ ଘର କାନ୍ଥ ଭୁଷୁଡି ଯାଇଥିଲା । ବହୁବାର ପଞ୍ଚାୟତଠାରୁ ଆରମ୍ଭ କରି ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ପ୍ରଶାସନ ତରଫରୁ ଖଣ୍ଡିଏ ଜରିପାଲ ମଧ୍ୟ ମିଳିପାରିଲାନି । କୁଲି ମଜୁରୀ କରି ପରିବାର ପରିପୋଷଣ କରିଆସୁଥୁବା ଦିନ କହଁର ଏହି ଭଙ୍ଗା ଘରକୁ ସଜାଡିବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ବର୍ଷବର୍ଷ ଧରି ଘର ଖଣ୍ଡିଏ ପାଇଁ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ୍ୟ ଘର ଖଣ୍ଡିଏ ମିଳି ପାରୁନାହିଁ । ଫଳରେ ଦିନ କହଁରଙ୍କ ପରିବାରର ୫ ଜଣ ସଦସ୍ୟ ଏହି ଭଙ୍ଗାରୁଜା ଘରେ ଜରି ପାଲ ତଳେ ଅତି ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି ।
ଏଠି ପ୍ରଶ୍ନ ଉଠୁଛି କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ପ୍ରକୃତ ହିତାଧିକାରୀ ମାନଙ୍କୁ ଏହି ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରୁନି । ଦିନେ ନୁହେଁ କି ମାସେ ନୁହେଁ ଅନେକ ବର୍ଷରୁ ଏହି ଭଙ୍ଗା ଜରିପାଲ ତଳେ ଦିନ ବିତୁଛି । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଦିନ କହଁର । ବର୍ତ୍ତମାନ ଗୋଟେପଟେ କିଛିଦିନ ହେଲା ଅଦିନିଆଁ ବର୍ଷା ଦାଉ ସାଧୁଥିବା ବେଳେ ଅନ୍ୟପଟେ ଘର କାନ୍ଥ ଫାଟି ଯାଇଥିବାରୁ ଭୟରେ ପରିବାର ବହୁ ଦୁଃଖ କଷ୍ଟରେ ବସବାସ କରୁଛନ୍ତି । ସରକାର ଯୋଜନା ମାଧ୍ୟମରେ ଏହି ଗରିବ ପରିବାର ଦୁଃଖ ଶୁଣି ଆବାସ ଗୃହ ଯୋଗାଇ ଦେବା ପାଇଁ ପରିବାର ଦାବି କରିଛନ୍ତି। । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଦିନ କହଁରଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ମଧ୍ୟ ଦାବି କରିଛନ୍ତି । ଅନ୍ୟପଟେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଶୁଣିବେ ଅସହାୟ ଦିନ କହଁରଙ୍କ ଗୁହାରି ।
Comments are closed.