ରାଗ ସୁଝାଇଲେ ସ୍ୱାମୀ, ଏକ ଓ ଦୁଇ ଟଙ୍କିଆ ମୁଦ୍ରାରେ ଦେଲେ ଭରଣପୋଷଣ ଟଙ୍କା

ଡେସ୍କ: ବିଦେଶରେ ପତ୍ନୀକୁ ଛାଡପତ୍ର ଦେବା ସାଧାରଣ କଥା। ସେଠାରେ ପ୍ରାୟତଃ ୮୦ ପ୍ରତିଶତ ଛାଡପତ୍ର ଆପୋଷ ବୁଝାମଣାରେ ହୋଇଥାଏ। କିନ୍ତୁ ଭାରତ ଭଳି ଦେଶରେ ଛାଡପତ୍ର ଦେବା ଏକ ସମ୍ବେଦନଶୀଳ ବିଷୟ। ଆମ ଦେଶରେ ଛାଡପତ୍ର ଦେବା କିମ୍ବା ପାଇବା ଅତ୍ୟନ୍ତ କଠିନ କାର୍ଯ୍ୟ। ଏମିତି ଅନେକ ଛାଡପତ୍ର ମାମଲା ରହିଛି ଯେଉଁଥିରେ ସ୍ୱାମୀ କିମ୍ବା ସ୍ତ୍ରୀ ବା ଉଭୟ ବାର୍ଦ୍ଧକ୍ୟ ଅତିକ୍ରମ କରି ମୃତ୍ୟୁବରଣ କରିଥିଲେ ମଧ୍ୟ ଛାଡପତ୍ର ମାମଲା ଚାଲିଛି। ତେବେ କୋର୍ଟ କଚେରୀକି ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଥିବା ସ୍ୱାମୀ ଜଣକ ଶେଷରେ ନିଜ ରାଗ ସୁଝାଇବା ପାଇଁ ଏମିତି ବି କିଛି କରିପାରେ।

ଯଦିଓ ଆଜିର ଘଟଣା କେଉଁଠାରେ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ପତ୍ନୀକୁ ଛାଡପତ୍ର ପରେ ପାନେ ଦେବାକୁ ସ୍ୱାମୀର ଏଭଳି ବ୍ୟବସ୍ଥା ସମ୍ପର୍କରେ ଜାଣିଲେ ଆପଣ ବି ହସ ଅଟକାଇ ପାରିବେନି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତବର୍ଷ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଜଣେ ଟ୍ୟାକ୍ସି ଚାଳକଙ୍କୁ ମଧ୍ୟବର୍ତ୍ତିକାଳୀନ ଭରଣପୋଷଣ ବାବଦରେ ପତ୍ନୀଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ତେବେ ଟାକ୍ସି ଚାଳକଙ୍କ ଆୟ ବହୁତ କମ ହୋଇଥିବାରୁ, ତାଙ୍କ ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନ ଥିଲା। ତେଣୁ ସେ ପ୍ରତିଦିନ ସଂଚୟ କରୁଥିବା ଅର୍ଥକୁ ଭରଣପୋଷଣ ବାବଦକୁ ଦେବାକୁ ସ୍ଥିର କଲେ। ସେ ଏକ କାରରେ ୨୦ଟି ଥଳିରେ ୧ ଓ ୨ ଟଙ୍କିଆ ରେଜା ପଇସା ଆକାରରେ ପ୍ରାୟ ୮୦ ହଜାର ନେଇଥିଲେ।

ସେ ପଇସା ଥଳିଗୁଡ଼ିକୁ ଅତିରିକ୍ତ ପାରିବାରିକ ଅଦାଲତକୁ ନେଇଥିଲେ ଏବଂ ଦେୟ ଭାବରେ ମଧ୍ୟ ଉପସ୍ଥାପନ କରିଥିଲେ।

Comments are closed.