www.samajalive.in
Monday, December 15, 2025
24.1 C
Bhubaneswar

ମନ୍ଦିର ପରେ ସମ୍ଭଲରୁ ମିଳିଲା ପୁରାତନ ପୁଷ୍କରିଣୀ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ସମ୍ଭଲ ଜିଲା ଅନ୍ତର୍ଗତ ମୁସଲମାନ ବହୁଳ ଦୀପା ରିଆ ଅଞ୍ଚଳରୁ ହନୁମାନ ମନ୍ଦିର ଠାବ ହେବା ପରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ସର୍ବେକ୍ଷଣ ଆରମ୍ଭ ହୋଇଛି। ସମ୍ଭଲର ଚନ୍ଦୌସି ଅଞ୍ଚଳରେ ସର୍ଭେ ସମୟରେ ମାଟି  ତଳେ ପୋତି ହୋଇ ରହିଥିବା ଏକ ପୁରାତନ ପୁଷ୍କରିଣୀ(ଷ୍ଟେପଓ୍ବେଲ) ଆବିସ୍କାର କରାଯାଇଛି। ସମ୍ଭଲ ଜିଲାପାଳ ରାଜେନ୍ଦ୍ର ପେନସିୟା ଏ ସମ୍ପର୍କରେ ରବିବାର ସ୍ପଷ୍ଟ କରିଛନ୍ତି। ଏହି ପୁଷ୍କରିଣୀଟି ୪୦୦ ବର୍ଗ ମିଟର ଅଞ୍ଚଳ ପରିବ୍ୟାପ୍ତ। ଏହାର ୪ଟି ଚାମ୍ବର ଥିବାବେଳେ ମାର୍ବଲରେ ତିଆରି ଚଟାଣ ରହିଛି। ପୁଷ୍କରିଣୀ ଚାରିପଟେ ଘର ରହିଛି, ଯାହା ମାର୍ବଲ ଏବଂ ଇଟାରେ ତିଆରି ହୋଇଛି। ସ୍ଥାନୀୟ କିଛି ଲୋକଙ୍କଠାରୁ ସୂଚନା ମିଳିବା ପରେ ଏଠାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଜିଲାପାଳ କହିଛନ୍ତି।

ଏହି ପୁଷ୍କରିଣୀ ମାଟିରେ ପୋତି ହୋଇଯାଇଛି। ସ୍ଥାନୀୟ ପୌରପାଳିକା ଟିମ ସହାୟତାରେ ମାଟି କଢ଼ା କାର୍ଯ୍ୟ ଚାଲିଛି। ୪୦୦ ବର୍ଗ ମିଟର ମଧ୍ୟରୁ ୨୧୦ ବର୍ଗ ମିଟର ଅଞ୍ଚଳ ବାହାରକୁ ଥିବାବେଳେ ଅବଶିଷ୍ଟ ଅଞ୍ଚଳକୁ ଜବରଦଖଲ କରାଯାଇଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଷ୍କରିଣୀକୁ ଜବରଦଖଲମୁକ୍ତ କରାଯିବ ବୋଲି ଜିଲାପାଳ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ସପ୍ତାହରେ ସମ୍ଭଲର ମୁସଲମାନ ବହୁଳ ଦୀପା ରିଆ ଅଞ୍ଚଳରେ ବିଦ୍ୟୁତ ବିଭାଗ ଏବଂ ଜିଲାପାଳ ପ୍ରଶାସନ ପକ୍ଷରୁ ବିଦ୍ୟୁତ ଚୋରି ରୋକିବାକୁ ଚଢ଼ାଉ ସମୟରେ ଏକ ହନୁମାନ ମନ୍ଦିର ଠାବ ହୋଇଥିଲା। ମନ୍ଦିର ୧୯୭୮ରୁ ବନ୍ଦ ରହିଥିବାବେଳେ ଏକ ପରିବାର ତାହାକୁ କବଜା କରି ରହୁଥିଲେ। ମନ୍ଦିରକୁ ଖାଲି କରାଯାଇ ସେଠାରେ ଏବେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories