www.samajalive.in
Saturday, December 13, 2025
26.1 C
Bhubaneswar

କଲେଜରେ ଗୁଣିଗାରେଡ଼ି ଅଭିଯୋଗ, ବସିଲା କଙ୍ଗାରୁ କୋର୍ଟ

ବାସୁଦେବପୁର: କଲେଜରେ ଗୁଣିଗାରେଡ଼ିକୁ ନେଇ ବସିଲା କଙ୍ଗାରୁ କୋର୍ଟ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ଥାନା ଅଧିନ ଇରମ ପଞ୍ଚାୟତର ଶହୀଦ ମେମୋରିଆଲ କଲେଜ ବଢେଇପଦାରେ। ଏହି କଲେଜରେ ଇପିଏଫ ଘଟଣାରେ ୧୨ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରି ଅର୍ଥରାଶି ପୈଠ କରିବାକୁ କଲେଜ ଅଧ୍ୟକ୍ଷ ଭୋଳାନାଥ ବାରିକ କଲେଜ କର୍ମଚାରୀମାନଙ୍କୁ ବାଧ୍ୟ କରିଥିଲେ, ଯାହାକୁ ନେଇ ମତାନ୍ତର ଦେଖାଦେଇଥିଲା। ଏହି ବିବାଦରୁ ମୁକୁଳିବା ପାଇଁ ଅଧ୍ୟକ୍ଷ ଭୋଳାନାଥ ଗୁଣିଗାରେଡ଼ିର ସହାୟତା ନେଇଥିଲେ। ପରଦିନ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ହଠାତ ସଜ୍ଞାହୀନ ହୋଇପଡ଼ିଥିଲେ। କଲେଜର କେତେକ ଛାତ୍ରଛାତ୍ରୀ ଘଟଣାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଏହାପରେ କଲେଜ ପରିଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ ବିଶ୍ଵାଳ ଘଟଣା ସ୍ଥଳରେ ପହଞ୍ଚି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସୁସ୍ଥ କରିବା ପାଇଁ ପରାମର୍ଶ ଦେଇଥିଲେ। ଘଟଣାର କିଛି ଘଣ୍ଟା ପରେ କଲେଜର କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ସମସ୍ୟାର ସମାଧାନସ୍ଵରୂପ ଅଧ୍ୟକ୍ଷଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories