www.samajalive.in
Saturday, December 13, 2025
27.1 C
Bhubaneswar

ଆରପିଏଫ ଯବାନଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ

ଫୁଲବାଣୀ,:ମା’ଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବା ପାଇଁ ଆସିଥିଲେ ଆରପିଏଫ ଯବାନ। ବାଇକ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଦୁଃଖଦାୟକ ଘଟଣା ଘଟିଛି ଫୁଲବାଣୀ ସହରରେ। ସୂଚନା ଅନୁଯାୟୀ, ସ୍ଥାନୀୟ ସାଲୁଙ୍କି ସାହିର ମନୋଜ କୁମାର ତ୍ରିପାଠୀ( ୫୧) ରେଲୱେ ପୁଲିସ ଫୋର୍ସରେ କାର୍ଯ୍ୟରତ ଥିଲେ । ସେ ମାଆଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ନିମନ୍ତେ ନିଜ ଘରକୁ ଛୁଟି ନେଇ ଆସିଥିଲେ। ଶନିବାର ରାତିରେ କୌଣସି କାର୍ଯ୍ୟରେ ବାଇକରେ ଯାଉଥିବା ବେଳେ ଏମଆଇ ଡାକ ବଙ୍ଗଳା ପାର୍ଶ୍ବରେ ଥିବା କଲଭର୍ଟ ନିକଟରେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରୁ ଛିଟିକି ନିକଟସ୍ଥ ଖାଲରେ ପଡ଼ି ଯାଇଥିଲେ ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଦେଖିପାରି ଫୁଲବାଣୀ ଟାଉନଥାନାକୁ ଖବର କରିଥିଲେ । ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories