ସ୍ବୟଂ ସହାୟକ ଗୋଷ୍ଠୀମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଟେରାକୋଟା ତାଲିମ୍ ଶିବିର
ରେଙ୍ଗାଲିକ୍ୟାମ୍ପ: ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ହସ୍ତ ଶିଳ୍ପର ଚାହିଦା ବୃଦ୍ଧି କରି ତାକୁ ଆକର୍ଷଣୀୟ କରିବା ପାଇଁ ଟାଟା ପାୱାର ଓ ବରଗଡର ଏକ ବେସରକାରୀ ସଂସ୍ଥା ଆଇଡେଣ୍ଟର ମିଳିତ ଉଦ୍ୟମରେ ଅତାବିରା ବ୍ଲକ୍ ପାଲି ବୁଗୁ ବୁଗା ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦୀର୍ଘ ୧୫ ଦିନ ଧରି ଦିଆଯାଉଥିବା ଟେରାକୋଟା ତାଲିମ ଆଜି ଉଦଯାପିତ ହୋଇ ଯାଇଛି।
ଏହି ଅବସରରେ ଟାଟା ପାୱାର ର ସି ଏସ ଆର ର ମୁଖ୍ୟ ଅରୁଣା ମାରାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ହସ୍ତଶିଳ୍ପ କ୍ଲଷ୍ଟର୍ ର ସହ ସଂଯୋଜକ ରୁଦ୍ରଚରଣ ଗୁରୁ, ସ୍ଥାନୀୟ ସରପଞ୍ଚ ଶେଷଦେବ ଛନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ। ଏହି ତାଲିମ୍ ଶିବିରରେ ୩୦ ଜଣ ମହିଳା ତାଲିମ୍ ନେଇଥିଲେ। ପ୍ରତ୍ୟହ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏହି ତାଲିମ୍ ଦିଆଯାଉଥିଲା।
ଆଜି ସମସ୍ତ ତାଲିମ୍ ଧାରି ମହିଳାଙ୍କୁ ତାଲିମ୍ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ତାଲିମ୍ ପାଇଁ ସମସ୍ତ ଆର୍ଥିକ ଅନୁଦାନ ରାଶି ଟିପି ଡବ୍ଲୁ ଓଡିଏଲ ପକ୍ଷରୁ ଦିଆଯାଇଥିଲା। ଏହି ତାଲିମ୍ କାର୍ଯ୍ୟକ୍ରମକୁ ଶିବୁ ଆଚାର୍ଯ୍ୟ,ମୁନା ନାୟକ ସକ୍ରିୟ ସହଯୋଗ କରିଥିବାବେଳେ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Comments are closed.