www.samajalive.in
Sunday, December 7, 2025
26.1 C
Bhubaneswar

ସାଧାରଣତନ୍ତ୍ର ଦିବସ : ୧୫ ପ୍ରଜ୍ଞାପନ ମେଢ଼ ତାଲିକାରୁ ବାଦ୍‌ ପଡିଲା ଓଡ଼ିଶା

ନୂଆଦିଲ୍ଲୀ : ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ୨୦୨୫ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ମନୋନୀତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଜ୍ଞାପନ ମେଢଗୁଡିକ ହେଲା ବିହାର, ଚଣ୍ଡିଗଡ, ଆନ୍ଧ୍ରପ୍ରଦେଶ, ଗୋଆ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୁଜରାଟ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା ଏବଂ ଦାଦ୍ରା, ନଗର ହାବେଳି ଓ ଡାମନ ଡିୟୁ। ଓଡ଼ିଶାର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହେବାକୁ ମନୋନୀତ ହୋଇପାରି ନାହିଁ। ଏପରିକି ଦିଲ୍ଲୀ ସରକାରଙ୍କ ପ୍ରଜ୍ଞାପନ ମେଢ ମଧ୍ୟ ଏହି ମନୋନୟନରୁ ବାଦ୍‌ ପଡିଛି। ସାଧାରଣତନ୍ତ୍ର ଦିବସ ପରେଡରୁ ପ୍ରଜ୍ଞାପନ ମେଢ ବାଦ୍‌ ପଡିବାକୁ ​‌ନେଇ ଅନେକ ସମୟରେ ବିଭିନ୍ନ ରାଜ୍ୟ ସରକାର ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ତେବେ ଏହି ମନୋନୟନ ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛ ଭାବେ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି। ୨୦୨୨ରେ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କ ପ୍ରଜ୍ଞାପନ ମେଢ ପରେଡରୁ ବାଦ୍‌ ପଡିବାକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ। ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ପ୍ରସ୍ତାବ ଦିଆଯାଉଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢକୁ ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ କରି ମୂଲ୍ୟାୟନ କରାଯାଇଥାଏ। ଏହି ମୂଲ୍ୟାୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥାଏ। ପ୍ରଜ୍ଞାପନ ମେଢରେ ବିଷୟବସ୍ତୁ, ଚିନ୍ତାଧାରା, ଡିଜାଇନ ଓ ଏହାର ଶୋଭାକୁ ବିଚାରକୁ ନିଆଯାଇଥାଏ। ଦିଲ୍ଲୀ ସରକାରଙ୍କ ପ୍ରଜ୍ଞାପନ ମେଢ କ୍ରମାଗତ ୪ବର୍ଷ ହେଲା ମନୋନୀତ ହୋଇପାରୁ ନାହିଁ। ପ୍ରଜ୍ଞାପନ ମେଢ ମୁଲ୍ୟାୟନ ସହ ଜଡିତ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ବେ କୌଣସି ରାଜ୍ୟର ମେଢକୁ ତିନିବର୍ଷରେ ଥରେ ଭାଗ ନେବାର ସୁଯୋଗ ମିଳିବ। ସାଧାରଣତନ୍ତ୍ର ଦିବସ ପରେଡ ଦେଶର ସବୁଠାରୁ ବଡ ସରକାରୀ ଉତ୍ସବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories