www.samajalive.in
Saturday, December 6, 2025
16.1 C
Bhubaneswar

ପୁଷ୍ପା-୨ ଦଳାଚକଟା; ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ଟମାଟୋ ମାଡ଼

ହାଇଦରାବାଦ: ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ରେ ଦଳାଚକଟା ଘଟଣାକୁ ନେଇ ରବିବାର ଚଳଚ୍ଚିତ୍ରର ନାୟକ ଅଲ୍ଲୁ ଅର୍ଜୁନଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ବିକ୍ଷୋଭକାରୀମାନେ ବାସଭବନ ଉପରକୁ ଟମାଟୋ ମାଡ କରିଥିବାବେଳେ ବାସଭବନ ପରିସରରେ ଥିବା ଫୁଲକୁଣ୍ଡଗୁଡିକୁ ଭଙ୍ଗାରୁଜା କରିଛନ୍ତି। ବିକ୍ଷୋଭକାରୀମାନେ ହାଇଦରାବାଦସ୍ଥିତ ଓସମାନିଆ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଚଳିତମାସ ୪ରେ ହାଇଦରାବାଦସ୍ଥିତ ସନ୍ଧ୍ୟା ସିନେମା ହଲରେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମାନ୍ଧାନା ଅଭିନୀତ ‘ପୁଷ୍ପା-୨’ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଆୟୋଜିତ ହୋଇଥିବାବେଳେ ଅଲ୍ଲୁ ଅର୍ଜୁନଙ୍କ ଉପସ୍ଥିତି ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ ଜଣେ ୩୫ ବର୍ଷ ବୟସ୍କା ମହିଳା ପ୍ରାଣ ହରାଇଥିବାବେଳେ ତାଙ୍କର ନାବାଳକ ପୁଅ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ହାଇଦରାବାଦ ପୁଲିସ ଏହି ଘଟଣାରେ ଅଲ୍ଲୁ ଅର୍ଜନଙ୍କୁ ଗିରଫ କରିଥିବାବେଳେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାସତ୍ତ୍ବେ ତାଙ୍କୁ ଗୋଟିଏ ରାତି ହାଜତରେ ବିତାଇବାକୁ ପଡିଥିଲା। ଅଲ୍ଲୁ ଅର୍ଜୁନ ଏହି ଘଟଣାରେ ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ଆହତ ପୁଅର ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାକୁ ନେଇ ତେଲଙ୍ଗାନାରେ ରାଜନୈତିକ ବିତର୍କ ସୃଷ୍ଟି ହୋଇଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories