www.samajalive.in
Saturday, December 6, 2025
26.1 C
Bhubaneswar

ବାଲ୍ୟ ବିବାହ ଅଭିଯୋଗରେ ୪୧୬ ଗିରଫ

ଗୁଆହାଟୀ: ବାଲ୍ୟ ବିବାହ ଅଭିଯୋଗରେ ଆସାମ ପୁଲିସ ୪୧୬ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ପୁଲିସ ମୋଟ ୩୩୫ଟି ମାମଲା ରୁଜୁ କରିଥିବାବେଳେ ରବିବାର ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଆସାମ ସରକାରଙ୍କ ନିଷ୍ପତ୍ତି ଫଳରେ ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ ଅଭିଯାନ ଆରମ୍ଭ ହୋଇଛି। ନାବାଳିକାଙ୍କୁ ବିବାହ କରୁଥିବା ବ୍ୟକ୍ତି ଏଭଳି କାର‌୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ବାଲ୍ୟ ବିବାହ ଭଳି ସାମାଜିକ କୁସଂସ୍କାର ଦୂର କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି। ୨୦୨୩ ଫେବୃଆରୀରୁ ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ପ୍ରଥମ ପର‌୍ୟ୍ୟାୟରେ ୩୪୮୩ ଜଣ ଗିରଫ ହୋଇଥିବାବେଳେ ଦ୍ବିତୀୟ ପର‌୍ୟ୍ୟାୟ (ଅକ୍ଟୋବର-୨୦୨୩)ରେ ୯୧୫ ଜଣଙ୍କୁ ଏଭଳି ଦଶା ଭୋଗିବାକୁ ପଡିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories