www.samajalive.in
Tuesday, December 9, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ: ବାଛୁରୀକୁ ଧକ୍କା ଦେବାରୁ କାର ବାଟ ଓଗାଳିଲେ ଗାଈ

ସମାଜ ଡିଜିଟାଲ ଡେସ୍କ: ମା’ର ମମତା ଦୁନିଆରେ ସବୁଠୁ ମୂଲ୍ୟବାନ। ମା’ ନିଜ ସନ୍ତାନ ପାଇଁ କିଛି ବି କରିପାରେ। କେବଳ ମଣିଷଙ୍କ କ୍ଷେତ୍ରରେ ଏହା ନୁହେଁ, ବରଂ ଜୀବଜନ୍ତୁଙ୍କ କ୍ଷେତ୍ରରେ ବି ଏହା ଦେଖିବାକୁ ମିଳେ। ଯାହାର ଏକ ଦୃଶ୍ୟ ଦେଖିବାକୁ ମିଳିଛି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏକ ଭିଡିଓରୁ। ଏକ କାର୍ ଗୋଟିଏ ବାଛୁରୀକୁ ଧକ୍କା ଦେଇ ପଳାଉଥିଲା। କିନ୍ତୁ ବାଛୁରୀର ମା’ ଏବଂ ଆଉ କିଛି ଗାଈ ମିଶି ଉକ୍ତ କାରକୁ ଗୋଡ଼ାଇ ଗୋଡ଼ାଇ ଅଟକାଇଥିଲେ। କାରଟିକୁ ଚାରିପଟୁ ଘେରିଯାଇ ବାଟ ଓଗାଳିଥିଲେ।

ଘଟଣାଟି ଛତିଶଗଡ଼ର ରାୟଗଡ଼ ଅଞ୍ଚଳର। ସିସିଟିଭି ଫୁଟେରେ ଦେଖିବାକୁ ମିଳିଛି ଯେ, ଏକ  କାର ଗୋଟିଏ ବାଛୁରୀକୁ ଧକ୍କା ଦେବା ପରେ ବାଛୁରୀଟି ଗାଡ଼ି ତଳେ ରହିଯାଇଥିଲା। ଏହା ପରେ କାରଟି ଆଗକୁ ପଳାଇଥିଲା। କିନ୍ତୁ ସେଠାରେ ଉପସ୍ଥିତ ବାଛୁରୀର ମା’ ଏବଂ ଅନ୍ୟ ଗାଈମାନେ କାରକୁ ଗୋଡ଼ାଇ ଆଗରେ ଛିଡ଼ା ହୋଇ ଅଟକାଇଥିଲେ। ମଣିଷ ଯେପରି ସବୁକିଛି ବୁଝିପାରି ପ୍ରତିବାଦ କରେ ଗାଈମାନେ ବି ଠିକ ସେହିପରି ପ୍ରତିବାଦ କରିଥିଲେ। କାର ଡ୍ରାଇଭରଙ୍କୁ ବି ଗାଡ଼ିରୁ ଓହ୍ଲାଇବାକୁ ଦେଇ ନ ଥିଲେ କି ଗାଡ଼ିକୁ ଆଗକୁ ଛାଡ଼ି ନ ଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ କିଛି ଲୋକ ଆସି କାର ତଳୁ ବାଛୁରୀକୁ ବାହାର କରିଥିଲେ। ଏହା ପରେ ଗାଈମାନେ ସେଠାରୁ ହଟିଥିଲେ।

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories