www.samajalive.in
Monday, December 8, 2025
20.1 C
Bhubaneswar

ଅଲ୍ଲୁ ଅର୍ଜୁନଙ୍କ ଘର ଉପରେ ଆକ୍ରମଣ; ଗିରଫ ୬ ଅଭିଯୁକ୍ତଙ୍କୁ ଜାମିନ

ସମାଜ ଡିଜିଟାଲ ଡେସ୍କ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜୁବଲୀ ହିଲ୍ସସ୍ଥିତ ଘରେ ରବିବାର କିଛି ବ୍ୟକ୍ତି ଭଙ୍ଗାରୁଜା କରିବା ସହ ସମ୍ପତ୍ତି ନଷ୍ଟ କରିଛନ୍ତି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ସେମାନଙ୍କୁ ଜାମିନ ମିଳିଯାଇଛି। ସୋମବାର ସକାଳେ ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ କିଛି ଲୋକ ପ୍ଲାକାର୍ଡ଼ ଧରି ହଠାତ୍ ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ପହଞ୍ଚିଥିଲେ ଏବଂ ନାରାବାଜି କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପାଚେରୀ ଉପରେ ଚଢି ଟମାଟୋ ଫିଙ୍ଗିବା ଆରମ୍ଭ କରିଥିଲେ। ସୁରକ୍ଷା କର୍ମୀମାନେ ସେମାନଙ୍କୁ ପାଚେରୀରୁ ଓହ୍ଲାଇବାକୁ କହିଥିଲେ ଏବଂ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ କ୍ରୋଧିତ ଲୋକମାନେ ପାଚେରୀରୁ ଓହ୍ଲାଇ ସୁରକ୍ଷାକର୍ମୀଙ୍କ ସହ ମାଡ଼ଗୋଳ କରି ସେଠାରେ ରଖାଯାଇଥିବା କିଛି ଫୁଲକୁଣ୍ଡ ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ନିଜକୁ ଓସମାନିଆ ବିଶ୍ଵବିଦ୍ୟାଳୟର ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୋଲି ପରିଚୟ ଦେଇଥିଲେ। ଏହି ଆକ୍ରମଣ ସମୟରେ ଅଭିନେତା ଘରେ ନଥିଲେ।

- Advertisement -

ଘରେ ଭଙ୍ଗାରୁଜା କରିଥିବା ସମସ୍ତ ଅଭିଯୁକ୍ତ ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟାରେ ପ୍ରାଣ ହରାଇଥିବା ୩୫ ବର୍ଷୀୟ ମହିଳା ରେବତୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ରେବତୀଙ୍କ ୬ ବର୍ଷୀୟ ପୁଅ ଶ୍ରୀ ତେଜଙ୍କ ସ୍ଵାସ୍ଥାବସ୍ଥା ଗମ୍ଭୀର ଅଛି। ଏବେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories