www.samajalive.in
Friday, December 12, 2025
15.1 C
Bhubaneswar

୩ ଦିନ ମଧ୍ୟରେ ବର୍ଷା କ୍ଷତି ଆକଳନ, ଗଞ୍ଜାମ ଅଧିକ ପ୍ରଭାବିତ : ମନ୍ତ୍ରୀ

ଭୁବନେଶ୍ଵର : ଗତ ୩ ଦିନ ମଧ୍ୟରେ ଅଦିନିଆ ବର୍ଷା ଚାଷୀକୂଳକୁ ହତାସ କରିଛି। ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି, ଯାହା ଚାଷୀ ମାନଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି। ତେବେ ତିନି ଦିନ ଭିତରେ ସରିବ ବର୍ଷା କ୍ଷୟକ୍ଷତି ଆକଳନ। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ୩ରୁ ୪ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ସରିବ। ଏବଂ ୫ମ ଦିନ କ୍ଷତିପୂରଣ ରାଶି ଦେବୁ ବୋଲି କହିଛନ୍ତି ମନ୍ତ୍ରୀ। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। ତେବେ ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିବା ଧାନ ବିକ୍ରି ଲାଗି ବ୍ୟବସ୍ଥା କରାଯିବ । ବନ୍ୟା, ବାତ୍ୟା ଆସିଲେ ଚାଷୀ ମାନେ ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟ ସରକାର କ୍ଷୟକ୍ଷତି ଭରଣା କରିବେ। ଯେଉଁମାନେ ଫସଲ ବୀମା କରିଥିବେ, ସେମାନେ ମଧ୍ୟ ସହାୟତା ପାଇବେ ବୋଲି କହିଛନ୍ତି ମନ୍ତ୍ରୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories