www.samajalive.in
Saturday, December 6, 2025
15.1 C
Bhubaneswar

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ମାସରେ ଗ୍ରହଙ୍କ ବିଶେଷ ସଂଯୋଗ ସ୍ଥିତି ସୃଷ୍ଟି ହୋଇଛି। ସର୍ବପ୍ରଥମେ ୧ ମେରେ ଗୁରୁ ଗ୍ରହ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିଛନ୍ତି। ଏହାପରେ ୧୪ ମେରେ ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିଛନ୍ତି। ଏବେ ୧୯ ମେରେ ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ। ଏହାଦ୍ୱାରା ବୃଷ ରାଶିରେ ୩ ଗ୍ରହ- ସୂର୍ଯ୍ୟ, ଗୁରୁ ଓ ଶୁକ୍ର ଏକାଠି ହେବା ଦ୍ୱାରା ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି। ବୃଷ ରାଶିରେ ଏହି ଯୋଗ ଅନେକ ବର୍ଷ ପରେ ହେବାକୁ ଯାଉଛି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ଏହାସହ ୪ ରାଶିଙ୍କ ଭାଗ୍ୟ ଚମକିବ। ଏମାନଙ୍କୁ ଚାକିରି –ବ୍ୟବସାୟ କ୍ଷେତ୍ରରେ ବଡ ଉନ୍ନତି ସହ ମାଲାମାଲ ହେବେ। ଜାଣନ୍ତୁ..

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଯୋଗ ଅତ୍ୟନ୍ତ ଶୁଭଙ୍କର। ଏକାସହ ଆପଣଙ୍କୁ ଅନେକ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀ ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ, ପ୍ରେମ ସମ୍ପର୍କ ଉତ୍ତମ ରହିବା ସହ ଅବିବାହିତ ଯୁବକ ଯୁବତୀଙ୍କର ବିବାହ ହେବ।

- Advertisement -

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ପାଇଁ ମଧ୍ୟ ଏହି ଯୋଗ ଖୁବ୍ ଶୁଭଙ୍କର। ଜୀବନରେ ଉନ୍ନତି ହେବା ସହ ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ନୂଆ ଅବସର ମିଳିବ। ମନ ପସନ୍ଦର ପଦ-ଟଙ୍କା ମିଳିବ। ଧନ ଲାଭ ହେବ। ଆୟରେ ବୃଦ୍ଧି ହେବ। ନିବେଶ କରି ପାରିବେ। ଗୁରୁଜନଙ୍କ ସହଯୋଗ ମିଳିବ।

କର୍କଟ – କର୍କଟ ରାଶି ବ୍ୟକ୍ତି ବିଶେଷଙ୍କୁ ଏହି ଯୋଗ ଦ୍ୱାରା ଟଙ୍କା, ଜୀବନରେ ଉନ୍ନତି ସହ ମାନସମ୍ମାନ ମିଳିବ। ନୂତନ ଚାକିରିର ସୁଯୋଗ ମିଳିବ। ହଠାତ୍ ଧନ ଲାଭ ମିଳିବ। ସଞ୍ଚୟ ବୃଦ୍ଧି ହେବ। ପରିବାର ସହ ଆୟୋଜନରେ ସାମିଲ ହେବେ।

ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷ ମଧ୍ୟ ଲାଭବାନ୍ ହେବେ। ବ୍ୟବସାୟରେ ଲାଭ ମିଳିବ। ଆୟରେ ବୃଦ୍ଧି ହେବ। ପ୍ରେମ ସମ୍ପର୍କ ଉତ୍ତମ ରହିବ। ଅବିବାହିତ ଯୁବକ ଯୁବତୀଙ୍କର ବିବାହ ଯୋଗ ରହିଛି।

ଦକ୍ଷିଣ ଦିଗରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ ; ହୋଇଯିବେ କାଙ୍ଗାଳ..

ଅନ୍ୟ ରାଶିରେ ପଡିବ କି ପ୍ରଭାବ..
ମେଷ- ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଯୋଗ ବରଦାନ ଭଳି। କର୍ମକ୍ଷେତ୍ରରେ ଆମଦାନୀ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। କରଜ ଦେଇଥିବା ଧନ ଫେରି ପାଇବେ।

ମିଥୁନ – ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ଖର୍ଚ୍ଚ, କର୍ମ, ଶିକ୍ଷା ଓ ସମ୍ପର୍କରେ ଧୈର୍ଯ୍ୟବାନ୍ ହେବେ। ଟଙ୍କା ନିବେଶ ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଭାବି ଚିନ୍ତି ନିଷ୍ପତ୍ତି ନେଲେ ସଫଳତା ମିଳିବ।

କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ। ୧୯ ମେରେ ଟଙ୍କା ରୋଜଗାର କରିବାକୁ ସୁଯୋଗ ମିଳିବ। ଅଟକି ଥିବା ଧନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ୍ ହେବେ।

ବିଛା – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ। ହଠାତ୍ ଧନ ମିଳିବ। ଅଭାବ ଦୂର ହେବ। ଆୟରେ ବୃଦ୍ଧି ହେବ। ମାତ୍ର ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।

ଧନୁ – କାମରେ ଉନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟୀଙ୍କ ପାଇଁ ଉତ୍ତମ ସମୟ ରହିଛି।

ମକର – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଧନର ଆଗମନ ହେବ। ଶୁକ୍ରଙ୍କ କୃପା ରହିବାରୁ ହଠାତ୍ ଧନ ଲାଭ ହେବ। ଆୟରେ ନୂତନ ସ୍ରୋତ ମିଳିବ। ପରିସ୍ଥିତିରେ ପରିବର୍ତ୍ତନ ହେବ। ଖୁସି ଖବର ମିଳିବ।

କେଉଁ ଗ୍ରହଙ୍କ ପ୍ରଭାବରେ ଜୀବନରେ ହୁଏ କି କି ସମସ୍ୟା: ସୁଖଶାନ୍ତି ଦୂର ସହ ହୁଏ ଧନହାନୀ..

କୁମ୍ଭ – ଏହି ରାଶିର ବ୍ୟକ୍ତ ବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ଜୀବନରେ ଉନ୍ନତି ହେବ। ୧୯ ମେ ପରେ ଭାଗ୍ୟରେ ପରିବର୍ତ୍ତନ ଆସିବ। ଚାକିରିରେ ଉନ୍ନତି ହେବ।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ଭାବି ଚିନ୍ତି ସମସ୍ତ ନିଷ୍ପତ୍ତି ନେଲେ ଲାଭବାନ୍ ହେବେ। ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହେବ। ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories