www.samajalive.in
Saturday, December 6, 2025
15.1 C
Bhubaneswar

ଇନୋଭା କାର୍‌ରୁ ଜବତ ହେଲା ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଟିଟିଲାଗଡ଼:  ବଲାଙ୍ଗୀର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କ ଠାରୁ ନିର୍ବାଚନ ଯାଞ୍ଚ ସ୍କ୍ଵାଡ୍‌ ୪ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି।  ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀ ବେହେରା ଟିଟିଲାଗଡ଼ ପଟରୁ ଏକ ଇନୋଭା କାର ଯୋଗେ ଯାଉଥିବା ବେଳେ ସ୍ଥାନୀୟ ରେଳବାଇ ଓଭରବ୍ରିଜ ଉପରେ ପୁଲିସ୍ ଏବଂ ଫ୍ଲାଇଙ୍ଗ ସ୍କ୍ଵାଡ୍‌ ଗାଡିକୁ ଅଟକାଇଥିଲେ।  ଯାଞ୍ଚ ଦଳ ପକ୍ଷରୁ ତାଲାସୀ ବେଳେ ତାଙ୍କ ଗାଡ଼ିରୁ ୪ ଲକ୍ଷ ୪୮ ହଜାର ଟଙ୍କା ମିଳିଥିଲା। ଏତେ ଟଙ୍କା କେଉଁଠାରୁ ଆଣିଲେ ସେ ନେଇ ଶ୍ରୀ ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି। ତେଣୁ ପୁଲିସ୍ ତାଙ୍କୁ ଏବଂ ଗାଡି ଡ୍ରାଇଭରଙ୍କୁ ଟିଟଲାଗଡ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି।  ନଗଦ ଟଙ୍କା ସହ କାର, ଦଳର ପୋଷ୍ଟର ଏବଂ ଟୋପି ଆଦି ଜବତ କରାଯାଇଛି । ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories