www.samajalive.in
Saturday, December 6, 2025
16.1 C
Bhubaneswar

ପିୟୁସି ନ ଥିଲେ ପେଟ୍ରୋଲ ଦିଆଯିବା ଅନୁଚିତ; ସୁପ୍ରିକୋର୍ଟରେ ଯୁକ୍ତି ବାଢ଼ିଲେ ସଲିସିଟର ଜେନେରାଲ

ନୂଆଦିଲ୍ଲୀ: ଭାରତରେ ଗଡୁଥିବା ଯାନବାହନ ମଧ୍ୟରୁ ୫୫ ପ୍ରତିଶତ ଗାଡ଼ିର ବୀମା ନାହିଁ। ସରକାରଙ୍କ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଥିବା ସୁପ୍ରିମକୋର୍ଟରେ କୁହାଯାଇଛି। ପିୟୁସି (ବାହନ ପ୍ରଦୂଷଣ ନିୟନ୍ତ୍ରଣ) ପ୍ରମାଣପତ୍ର ନ ଥିବାରୁ ଅଧିକାଂଶ ଯାନର ବୀମା ହୋଇପାରି ନାହିଁ ବୋଲି ତଥ୍ୟରେ ଦର୍ଶାଯାଇଛି। ସୁପ୍ରିମକୋର୍ଟ ଏହାକୁ ଗୁରୁତର ସହ ନେବା ସହିତ ସମସ୍ତ ଯାନବାହନର ପିୟୁସି ସହିତ ଥାର୍ଡ ପାର୍ଟି ବୀମା ରହିବା ଉପରେ ଗୁରୁତ୍ଵ ଦେଇଛନ୍ତି। ତେବେ​‌ ଯେଉଁ ଯାନର ପିୟୁସି ନାହିଁ ତାହାକୁ ପେଟ୍ରୋଲ ଦିଆଯିବା ଅନୁଚିତ ବୋଲି ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ।

୨୦୧୭ ଅଗଷ୍ଟ ୧୦ରେ ସୁପ୍ରିମକୋର୍ଟ ଦେଇଥିବା ଏକ ଆଦେଶର ସଂଶୋଧନ କରିବା ଲାଗି ଜେନେରାଲ ଇନସ୍ୟୁରାନ୍ସ କାଉନ୍‌ସିଲ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଏ.ଏସ. ଓକା ଏବଂ ଉଜ୍ଜ୍ଵଳ ଭୁଇୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ। ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ, ଯେପର୍ଯ୍ୟନ୍ତ ଯାନର ବୈଧ ପିୟୁସି ନାହିଁ ସେ ପର୍ଯ୍ୟନ୍ତ ତାହାର ବୀମା ହୋଇପାରିବ ନାହିଁ।

- Advertisement -

ଜେନେରାଲ ଇନସ୍ୟୁରାନ୍ସ କାଉନ୍‌ସିଲ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ମୋଟର ଯାନ ଆଇନ ୧୯୮୮ ଧାରା ୧୪୬ ଏବଂ ୧୪୭ ଅଧୀନରେ ପ୍ରତ୍ୟେକ ଯାନର ଥାର୍ଡ ପାର୍ଟି ବୀମା କରିବା ବାଧ୍ୟତାମୂଳକ। ୨୦୧୭ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ପିୟୁସି ଅଭାବରୁ ଦେଶରେ ୫୫ ପ୍ରତିଶତ ଯାନବାହନ ବୀମାଭୁକ୍ତ ହୋଇନାହିଁ। ଭାରତ ସରକାରଙ୍କ ଦ୍ବାରା ହୋଇଥିବା ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି। ଏହାର ଅର୍ଥ ହେଉଛି ଯଦି ଏହି ଯାନ ଦ୍ବାରା କୌଣସି ଦୁର୍ଘଟଣା ଘଟେ ତେବେ ପୀଡ଼ିତଙ୍କୁ ସହାୟତା ରାଶି ମିଳିବ ନାହିଁ।

ମେହେଟ୍ଟାଙ୍କ ଏହି ଯୁକ୍ତି ଉପରେ ଖଣ୍ଡପୀଠ କହିଥିଲେ, ଯାନବାହନ ମାଲିକ ଯେପରି ନିଜ ଯାନର ପିୟୁସି ସହିତ ଥାର୍ଡ ପାର୍ଟି ବୀମା କରାଇବେ ସେ ଦିଗରେ ଏକ ସନ୍ତୁଳନ ରକ୍ଷା କରି ପଦକ୍ଷେପ ନିଆଯାଉ। ଏହା ଉପରେ ମେହେଟା କହିଥିଲେ, ପିୟୁସି ମାନଦଣ୍ଡଗୁଡ଼ିକୁ ଅନୁପାଳନ କରାଯିବା ଦରକାର ଏବଂ ଯଥାସମ୍ଭବ ଶକ୍ତ ମାନଦଣ୍ଡ ଲାଗୁ କରାଯିବା ଉଚିତ। ଉଦାହରଣସ୍ବରୂପ କୌଣସି ଗାଡ଼ିର ପିୟୁସି ନ ଥିଲେ ତାହାକୁ ପେଟ୍ରୋଲ ଦିଆଯିବା ଅନୁଚିତ। ପ୍ରଦୂଷଣ ମାମଲାରେ ନ୍ୟାୟ ମିତ୍ର ଭାବେ ସୁପ୍ରିମକୋର୍ଟଙ୍କୁ ସହାୟତା କରୁଥିବା ବରିଷ୍ଠ ଆଡ୍‌ଭୋକେଟ ଅପରାଜିତା ସିଂହ ଏହି ପ୍ରସଙ୍ଗକୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ବିଶେଷଜ୍ଞଙ୍କ ନିକଟକୁ ପଠାଯାଇପାରିବ ବୋଲି ମତ ଦେଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories