www.samajalive.in
Saturday, December 6, 2025
16.1 C
Bhubaneswar

କେନ୍ଦୁପତ୍ର ତୋଳାଳୀଙ୍କଠାରୁ ଆଜି ଯାଏଁ ଜିଏସଟି ନେଉଛି କେନ୍ଦ୍ର-ପାଣ୍ଡିଆନ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନୀ ସଭାରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପାଣ୍ଡିଆନ୍‌‌। ୧୦ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିବା ସତ୍ୱେ ସମ୍ବଲପୁର ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ରହି ମଧ୍ୟ ଏହି ଅଂଚଳରେ କେତୋଟି ଶିକ୍ଷାନୁଷ୍ଠାନ ଖୋଲିଛନ୍ତି। ଯାହା ୧୦ ବର୍ଷ ଭିତରେ କରିନାହାଁନ୍ତି ୧୦ ଦିନରେ ଆସି ପ୍ରତିଶ୍ରୁତି ଦେଉଛନ୍ତି। ସମ୍ବଲପୁର ରାସ୍ତା ମରଣଯନ୍ତା ପାଲଟିଛି। ଏନଏଚ ୫୫ ରାସ୍ତା କାମ ୧୦ବର୍ଷ ହେଲାଣି ଶେଷ ହେଉନାହିିଁ। ସ୍କିଲ ଡେଭଲପମେଣ୍ଟ ପାଇଁ ଏ ଅଞ୍ଚଳରେ କିଛି ନାହିଁ। ସମ୍ବଲପୁରୀ ଇକତ ଶାଢୀ ଡିଜାଇନରେ ତିଆରି ହୋଇଛି କୃଷି ଭବନ। ସମ୍ବଲପୁର ବୀରପୁତ୍ରଙ୍କ ପାଇଁ କଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ହେଲେ ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ବ୍ୟୟରେ ସ୍ମାରକୀ ନିର୍ମାଣ କରିଛନ୍ତି। ହୀରାକୁଦ କଥା ଭୁଲି କେନ୍ଦ୍ରମନ୍ତ୍ରୀ ଛତିଶଗଡ ପାଇଁ ଠିଆ ହୋଇଥିଲେ। ମହାନଦୀକୁ ନେଇ ରାଜନୀତି କରିଛି ବିଜେପି। ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ବିରୋଧ କରିଥିଲା ବୋଲି କହିଛନ୍ତି ପାଣ୍ଡିଆନ। କେନ୍ଦୁପତ୍ର ତୋଳାଳୀଙ୍କ ଠାରୁ ଆଜିଯାଏଁ ଜିଏସଟି ନେଉଛନ୍ତି କେନ୍ଦ୍ର ସରକାର। କ୍ଷମତାକୁ ଆସିଲେ ଜିଏସଟି ଛାଡ କରିବାକୁ କହିଥିଲେ, ହେଲେ କରିଲେ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories