www.samajalive.in
Sunday, December 14, 2025
19.1 C
Bhubaneswar

ବଦଳିଲା ନିୟମ: ସାଢେ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର, ମାତ୍ର ୩ ଦିନରେ ମିଳିବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ପିଏଫ୍ ପଇସା ଉଠାଣର ପ୍ରକ୍ରିୟାକୁ ଅଧିକ ସହଜ କରିଦେଇଛି । ଇପିଏଫଓ ଅଟୋ ମୋଡ୍ ସେଟଲମେଣ୍ଟ ଆରମ୍ଭ କରିଛି । ଏଥିରେ ୬ କୋଟିରୁ ଅଧିକ ପିଏଫ୍ ସଦସ୍ୟଙ୍କୁ ଲାଭ ମିଳିବ । ଏହା ଏମିତି ଏକ ସୁବିଧା ଯାହା ଜରୁରି ସମୟରେ ପିଏଫ୍ ସଦସ୍ୟଙ୍କୁ ପୁଞ୍ଜି ଯୋଗାଇଥାଏ । ତଦନୁସାରେ ଏବେ ୩ ଦିନରେ ହିଁ ପଇସା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ।

ଅଟୋ-ମୋଡ ସେଟଲମେଣ୍ଟ ଅନୁସାରେ ଜରୁରି ପରିସ୍ଥିତିରେ କର୍ମଚାରୀ ନିଜ ଇପିଏଫରୁ ଅଗ୍ରୀମ ଟଙ୍କା ଉଠାଇ ପାରିବେ । ଇପିଏଫଓ ଜରୁରି ଚିକିତ୍ସା ସୁବିଧା, ଶିକ୍ଷା, ବିବାହ ଏବଂ ଘର କିଣିବା ପାଇଁ ପଇସା ଉଠାଣର ସୁବିଧା ଦେଇଥାଏ । ଏଥିରୁ କୌଣସି ଏକ ଏମରଜେନ୍ସି ସମୟରେ ଆପଣ ପିଏଫ୍ ଆକାଉଣ୍ଟରୁ ଅଗ୍ରୀମ ଟଙ୍କା ଉଠାଇ ପାରିବେ । ଏମରଜେନ୍ସିରେ ଏହି ଫଣ୍ଡର କ୍ଲେମ୍ ସେଟଲମେଣ୍ଟ ପାଇଁ ଅଟୋ ମୋଡ ୨୦୨୦ରୁ ଆରମ୍ଭ ହୋଇଥିଲା କିନ୍ତୁ ସେବେ କେବଳ ମେଡିକାଲ ମାମଲାରେ ଜରୁରକାଳୀନ ଭିତ୍ତିରେ ପଇସା ଉଠାଇ ହେଉଥିଲା । ଏବେ ଏହାର ପରିସର ବଢାଇ ଦିଆଯାଇଛି । ଏଣିକି ଆପଣ ଶିକ୍ଷା, ବିବାହ, ଏବଂ ଘର କିଣିବା ପାଇଁ ମଧ୍ୟ ଇପିଏଫରୁ ପଇସା ଉଠାଇ ପାରିବେ ।

- Advertisement -

ଅଗ୍ରୀମ ରାଶି ଉଠାଇବାର ପ୍ରକ୍ରିୟା

ସର୍ବ ପ୍ରଥମେ ଆପଣଙ୍କୁ ଇପିଏଫଓ ପୋର୍ଟଲରେ ଲଗ ଇନ୍ କରିବାକୁ ହେବ । ଏଥିପାଇଁ ୟୁଏଏନ୍ ଏବଂ ପାସଓ୍ବର୍ଡ ଜରୁରି । ଲଗ୍ ଇନ୍ କରିବା ପରେ ଆପଣଙ୍କୁ ଅନଲାଇନ ସେବାକୁ ଯିବାକୁ ହେବ ଏବଂ ପରେ କ୍ଲେମ୍ ବିଭାଗ ଚୟନ କରିବାକୁ ହେବ । ପରେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଭେରିଫାଏ କରିବାକୁ ହେବ । ଏହି ବ୍ୟାଙ୍କ ଆକାଉଣ୍ଟରେ ଅଗ୍ରୀମ ପଇସା ଆସିବ । ଏହା ପରେ ଆପଣଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟର ଚେକର ଏକ କପି ବା ପାସବୁକ୍ ଅପଲୋଡ୍ କରିବାକୁ ହେବ । ପରେ ସେହି କାରଣ ସମ୍ପର୍କରେ ଦର୍ଶାଇବାକୁ ହେବ ଯେଉଁଥିପାଇଁ ଆପଣ ପଇସା ଉଠାଇବାକୁ ଚାହୁଁଛନ୍ତି । ଏହା ପରେ ଆଗାମୀ କିଛି ପ୍ରକ୍ରିୟା ଅନୁସରଣ କରି ଆପଣ ଆବେଦନ କରିବେ । ୩-୪ ଦିନ ଭିତରେ ପଇସା ଆପଣଙ୍କ ଆକାଉଣ୍ଟକୁ ଆସିଯିବ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories