www.samajalive.in
Sunday, December 14, 2025
26.1 C
Bhubaneswar

ପୁରୀର ମଠ ଭଙ୍ଗା ଅଭିଯୋଗର ଜବାବ ରଖିଲେ ପାଣ୍ଡିଆନ୍‌

ଭୁବନେଶ୍ବର  : ପୁରୀର ମଠଗୁଡ଼ିକ ଭାଙ୍ଗି ଦିଆଯାଇଛି ବୋଲି ବିଜେପି ନେତାମାନଙ୍କ  ଅଭିଯୋଗ  ପରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ ଏକ ଭିଡିଓ ଜାରି କରି ଏହା ଉପରେ ଜବାବ ରଖିଛନ୍ତି। ସେ ମଙ୍ଗୁ ମଠର ଉଦାହରଣ ଦେଇ କହିଛନ୍ତି ଯେ, ମଙ୍ଗୁ ମଠ ଉପରେ ଗୋଟିଏ ଶୌଚାଳୟ ଥିଲା। ସେହିଭଳି ଏହା ପାଖରେ ଗୋଟିଏ ଜୋତା ଦୋକାନ ମଧ୍ୟ ଥିଲା। ସେହି ସ୍ଥାନରୁ ଶୌଚାଳୟ ଓ ଜୋତା ଦୋକାନ ଉଠାଇ ମଠର ପବିତ୍ରତା ରକ୍ଷା କରାଯାଇଛି। ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁ ନାନକ ଭଗବାନ ଜଗନ୍ନାଥଙ୍କ ଆରାଧନା କରିଥିଲେ। ତାହାର ପୁନରୁଦ୍ଧାର କରିବାରେ କେଉଁଠି ଅସୁବିଧା ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories