www.samajalive.in
Saturday, December 6, 2025
14.1 C
Bhubaneswar

ଆସିଲା ‘ଚନ୍ଦୁ ଚାମ୍ପିଅନ୍‌’ର ନୂଆ ପୋଷ୍ଟର, ଭିନ୍ନ ଅବତାରରେ କାର୍ତ୍ତିକଙ୍କୁ ଦେଖି ଦର୍ଶକ ଉତ୍ସାହିତ

ମୁମ୍ବଇ: ‘ଚନ୍ଦୁ ଚାମ୍ପିଅନ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛି, ଯାହାକୁ ସାଜିଦ ନାଡ଼ିୟାଡ଼ଓ୍ବାଲା ଓ କବୀର ଖାନଙ୍କ ମିଳିତ ପ୍ରଯୋଜନାରେ ନିର୍ମାଣ କରାଯାଉଛି। ଏହି ପୋଷ୍ଟର ପ୍ରଶଂସକ ତଥା ଦର୍ଶକଙ୍କ ଉତ୍ସାହକୁ ଦୁଇଗୁଣିତ କରିଥିଲା, କାରଣ ଏଥିରେ କାର୍ତ୍ତିକ ଆର୍‌ୟନଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ପ୍ରଥମ ପୋଷ୍ଟର ପରେ ନିର୍ମାତା ଫିଲ୍ମର ଦ୍ଵିତୀୟ ପୋଷ୍ଟର ଶେୟାର କରିଛନ୍ତି।


ପ୍ରଥମ ଜବରଦସ୍ତ ପୋଷ୍ଟର ପରେ ପିଲ୍ମକୁ ନେଇ ପ୍ରଶଂସକଙ୍କ ଆଶା ଆହୁରି ବଢିଯାଇଥିଲା। ଏବେ କାର୍ତ୍ତିକ ଆର୍‌ୟନଙ୍କ ବକ୍ସର ଅବତାର ସାମ୍ନାକୁ ଆସିବା ପରେ ଲୋକେ ଫିଲ୍ମ ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି।

ପୋଷ୍ଟରରେ ସେ ତାଙ୍କ ଶରୀର ଉପରେ କରିଥିବା କାମ ସ୍ପଷ୍ଟ ବାରି ହୋଇଯାଉଛି। କାର୍ତ୍ତିକ ଆର୍‌ୟନ୍‌ ‘ଚନ୍ଦୁ ଚାମ୍ପିଅନ୍‌’ରେ ନିଜ ଭୂମିକା ପାଇଁ ଖୁବ୍‌ ପରିଶ୍ରମ କରିଛନ୍ତି। ସେ କୌଣସି ସହଜ ବାଟ ଏବଂ କୃତ୍ରିମ ପଦ୍ଧତି ବିନା ଜଣେ ବକ୍ସର ଶରୀର ହାସଲ କରିଛନ୍ତି। ଜୁନ୍‌ ୧୪ରେ ପରଦାକୁ ଆସିବ ‘ଚନ୍ଦୁ ଚାମ୍ପିଅନ୍‌’।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories