www.samajalive.in
Saturday, December 6, 2025
17.1 C
Bhubaneswar

ନାକଟିଦେଉଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର; ‘ଶପଥଗ୍ରହଣ ପରେ ପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣାରେ ଦସ୍ତଖତ କରିବି’

ଡେସ୍କ: ସମ୍ବଲପୁର ଜିଲାର ନାକଟିଦେଉଳରେ ଶୁକ୍ରବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁର ପିଏଚଡି ପଡ଼ିଆରେ ବିଶାଳ ସମାବେଶକୁ ଉଦବୋଧନ ଦେବା ପରେ ନାକଟିଦେଉଳଠାରେ ଆୟୋଜିତ ସଭାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ। ଏହା ସହିତ ସେ ଆସନ୍ତା ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ପୁନର୍ବାର ଶପଥ ନେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। ଶପଥ ନେବା ପରେ ସର୍ବପ୍ରଥମେ ସେ ବିଜୁଳି ଛାଡ଼ ବିଲ୍‌‌ ଉପରେ ଦସ୍ତଖତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସମସ୍ତଙ୍କୁ ସାମିଲ କରିବା ତାଙ୍କର ୨ୟ ପ୍ରମୁଖ କାର୍ଯ୍ୟ ହେବ। ଏହି ବିଲ୍‌‌ରେ ସେ ୨ୟ ଦସ୍ତଖତ କରିବେ। ଏହା ପରେ ମିଶନ ଶକ୍ତିରେ ମହିଳାଙ୍କୁ ପେନସନ ସୁବିଧା ଦେବା ବିଲ୍‌‌ରେ ସେ ୩ୟ ଦସ୍ତଖତ କରିବେ ବୋଲି ନବୀନ ଜନସାଧାରଣଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି।
ବିଶାଳ ସମାବେଶରେ ନବୀନ ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ପଚାରି ବୁଝିଥିଲେ। ସେ କହିଥିଲେ ଯେ, ବିରୋଧୀ ଦଳଗୁଡ଼ିକ ନିର୍ବାଚନ ସମୟରେ ମିଛ କହୁଛନ୍ତି। ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ର ସରକାର ବିଡି କର୍ମଚାରୀଙ୍କ ପାଇଁ କିଛି କରିନାହାନ୍ତି। ବିଜେଡି ସରକାର ବିଡି କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିବେ। ବିଜେଡିକୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତାଇବାକୁ ନବୀନ ଅନୁରୋଧ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories