BJD Bijuli 480×75 Mob

କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୯ ଆହତ

BJD Bijuli 480×75 Mob

କେନ୍ଦୁଝର: କେନ୍ଦୁଝର ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବାରୁ ୯ଜଣ ଶ୍ରମିକ ଆହତ ହୋଇଥିବାବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟିଯାଇଥିଲା। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହି ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଯୋଗୁ ୯ଜଣ ଶ୍ରମିକ ଏଥିରେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା।​‌

ଗୁରୁତର ଆହତ ହୋଇଥିବା ୪ଜଣ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟର ଫର୍ଣ୍ଣେସ ଫାଟି ଯାଇଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। କେତେଜଣ ଶ୍ରମିକ ପ୍ଲାଣ୍ଟରେ କାମକରୁଥିଲେ ତାହା ମଧ୍ୟ ଜଣାପଡ଼ି ନାହିଁ।

କେନ୍ଦୁଝର ଜିଲା ବଡବିଲ ତହସିଲ ଲୋଇଡାପଦା ପଂଚାୟତ ଅନ୍ତର୍ଗତ ବରପଦାସ୍ଥିତ କେଜେଏସ୍ ଆଲୁୱାଲିଆ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟ ଆ ଦୁର୍ଘଟଣାରେ ଆହତମାନେ ହେଲେ ଆସାମ ନୂଆଁଗାଁ ର ରାଜୁ ଦାସ(୨୯),ଆସାମ ଦେବେନ ବାଙ୍କଲାନି, ବୁବୁ ଦାସ,ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ରଂଜଡା ଗ୍ରାମର ଛବିରାଣୀ ମୁଣ୍ଡା(୨୩),ବିହାର ଔରଙ୍ଗାବାଦ ଅଂଚଳର ବିଜୟ ସିଂ, ଚମ୍ପୁଆ ଥାନା ହସ୍ତିନାପୁର ଗ୍ରାମର ଚନ୍ଦନ ହେମ୍ବ୍ରମ(୨୫), ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ କର୍ଲଦା ଗ୍ରାମର ସୂରଜ ଭୂୟାଁ (୩୫),ବିହାର ରାଜ୍ୟ ଔରଙ୍ଗାବାଦ ଅଂଚଳର ବିଜୟ ସିଂ(୪୦), ଝାଡଖଣ୍ଡ ରାଜ୍ୟ ସରେଇକଲା ଥାନା ଜମ୍ବାରା ଗ୍ରାମର ଡଙ୍କାରୀ ଦାମକରାୟ ବୋଦ୍ରା(୨୨) ବୋଲି ଜଣାପଡିଛି ।

କାରଖାନାରେ ନିୟମିତ ରକ୍ଷଣାବେକ୍ଷଣ ହେଉନଥବବାରୁ ଏଭଳି ଦୂର୍ଘଟଣା ବାରମ୍ବାର ଘଟୁଥିବା ଶ୍ରମିକ ନେତା ମହେଶ୍ୱର ରାଉତ ଅଭିଯୋଗ କରିଛନ୍ତି । ଶ୍ରମିକ ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଫାକ୍ଟ୍ରି ଏଣ୍ଡ ବଏଲର ବିଭାଗ ଏବଂ ଶ୍ରମ ବିଭାଗ ଦୃଢ ପଦକ୍ଷେପ ନେବାକୁ ସେ ଦାବୀ କରିଛନ୍ତି ।

Comments are closed.