ହାତରୁ ଘଣ୍ଟା ଖୋଲି କେଉଁ ଦିଗରେ ରଖିବେ? ଏହି ଦିଗରେ ରଖିଲେ ହେବ ଧନହାନୀ, ଲାଗି ରହିବ ରୋଗ..

ବାସ୍ତୁ ଅନୁସାରେ ହାତରେ ପିନ୍ଧୁଥିବା ଘଣ୍ଟା ଆପଣଙ୍କ ଭାଗ୍ୟ ସହ ଜଡିତ। ହାତରୁ ଘଣ୍ଟା ଖୋଲି ରଖିବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। କାରଣ ଅନେକଙ୍କ ଅଭ୍ୟାସ ହାତରୁ ଘଣ୍ଟା ଖୋଲିବା ପରେ ଏଣେତେଣେ ରଖିବା। ମାତ୍ର ଏହି ଅଭ୍ୟାସ ଆପଣଙ୍କୁ କାଙ୍ଗାଳ କରି ଦେଇପାରେ।

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ରଙ୍କ ରାଶି ପରିବର୍ତ୍ତନ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଘଣ୍ଟା ସମ୍ବନ୍ଧ ବୁଧ ଗ୍ରହଙ୍କ ସହ ଜଡିତ ବୋଲି ମାନ୍ୟତା ରହିଛି। ବୁଧ ଗ୍ରହ ବୁଦ୍ଧି, ଜ୍ଞାନର କାରକ। ଭୁଲ୍ ଦିଗରେ ଘଣ୍ଟା ରଖିଲେ ମନୁଷ୍ୟ କାଙ୍ଗାଳ ହୋଇ ଯାଆନ୍ତି ବୋଲି କୁହାଯାଏ। ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରରେ ଘରେ ଜିନିଷ ରଖିବାକୁ ଅନେକ ବାସ୍ତୁ ନିୟମ ବର୍ଣ୍ଣନା କରାଯାଉଛି। ବାସ୍ତୁ ଶାସ୍ତ୍ରରେ ଘରେ ଓ କର୍ମକ୍ଷେତ୍ରରେ ବସ୍ତୁକୁ ସଠିକ୍ ଦିଗରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାର ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ। ଘଣ୍ଟା ରଖିବାର ନିର୍ଦ୍ଦିଷ୍ଟ ଦିଗ ବର୍ଣ୍ଣନା କରାଯାଇଛି। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଜାଣନ୍ତୁ..

କେଉଁ ଦିଗରେ ହାତରୁ ଖୋଲି ରଖିବେ ଘଣ୍ଟା..
ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘଣ୍ଟାକୁ ଉତ୍ତର ଦିଗରେ ରଖିବା ଶୁଭଙ୍କର। ଏହାଦ୍ୱାରା ବୁଧ ଗ୍ରହ ମଜଭୂତ ହୋଇ ଥାଆନ୍ତି ବୋଲି ମାନ୍ୟତା ରହିଛି। ଏହାସହ ବୁଦ୍ଧି, ଜ୍ଞାନ ଆଦି ବୃଦ୍ଧି ହୋଇଥାଏ। ସେହିପରି ବିପରୀତ ଦିଗ ଦକ୍ଷିଣ ଦିଗରେ ରଖିବାକୁ ଅଶୁଭ ବୋଲି କୁହାଯାଏ। ଏହା ଦ୍ୱାରା ବୁଧ ଗ୍ରହ ଦୁର୍ବଳ ହୋଇ ଥାଆନ୍ତି। ଫଳରେ ଅର୍ଥହାନୀ, ଋଣ ସହ ମନୁଷ୍ୟ କାଙ୍ଗାଳ ହୋଇ ଥାଆନ୍ତି। ବାସ୍ତୁ ଶାସ୍ତ୍ରରେ ଘଣ୍ଟାର ଖୁବ ମହତ୍ତ୍ୱ ରହିଛି। ଏହାସହ ଐଶାନ୍ୟ କୋଣ ଯାହା ଉତ୍ତର-ପୂର୍ବ ଦିଗରେ ସ୍ଥିତ, ଏହା ମଧ୍ୟ ଜ୍ଞାନ ଓ ବୁଦ୍ଧିର ପ୍ରତୀକ। ଏହି ଦିଗରେ ଘଣ୍ଟା ରଖିବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..

ଦକ୍ଷିଣ ଦିଗକୁ ଋଣର ପ୍ରତୀକ ବୋଲି କୁହାଯାଏ। ବାସ୍ତୁ ଅନୁଯାୟୀ, ଏହି ଦିଗରେ ଘଣ୍ଟା ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ପଶ୍ଚିମ ଦିଗ ସୂର୍ୟ୍ୟ ଅସ୍ତର ଦିଗ। ଦକ୍ଷିଣ-ପଶ୍ଚିମ ଦିଗରେ ଘଣ୍ଟା ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଲାଗି ରହିଥାଏ।
ଉତ୍ତର ଦିଗରେ ଘଣ୍ଟା ରଖିବା ଦ୍ୱାରା ମାନସିକ ଶାନ୍ତି ସହ ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ। ଏହାଦ୍ୱାରା ଜୀବନରେ ସଫଳତା ପ୍ରାପ୍ତି କରିବାରେ ସହାୟକ ହୋଇଥାଏ।

କେଉଁ ଗ୍ରହଙ୍କ ପ୍ରଭାବରେ ଜୀବନରେ ହୁଏ କି କି ସମସ୍ୟା: ସୁଖଶାନ୍ତି ଦୂର ସହ ହୁଏ ଧନହାନୀ..

 

Comments are closed.